ଭାରତୀୟ ଯୋଗ ସଂସ୍ଥାନ ନୂଆଦିଲ୍ଲୀ ଦ୍ବାରା ହାଡ଼ରୋଗ ନିବାରଣ ଶିବିର

ବ୍ରହ୍ମପୁର,(ୱାଇଏନଏସ): ଗଞ୍ଜାମ ଜିଲ୍ଲା ଭାରତୀୟ ଯୋଗ ସଂସ୍ଥାନ ଦ୍ବାରା ହାଡରୋଗ ନିବାରଣ ଶିବିର ଶନିବାର ବାସୁଦେବ ନଗର ସ୍ଥିତ କମ୍ୟୁନିଟି ହଲରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରୁ ଓଡ଼ିଶା ପ୍ରାନ୍ତ ପ୍ରମୁଖ ସୁରେଶ ଚନ୍ଦ୍ର ମହାପାତ୍ର, ଗଞ୍ଜାମ ଜିଲ୍ଲା ପ୍ରାନ୍ତ ପ୍ରଭାରୀ ରାମେୟା ରେଡି, ରଘୁନାଥ ରେଡି, ପ୍ରାନ୍ତ ସାଂଗଠନିକ ମନ୍ତ୍ରୀ ଅକ୍ଷୟ କୁମାର ସ୍ବାଇଁ, ପ୍ରାନ୍ତ ସଭ୍ୟ ରଘୁନାଥ ରେଡି, ଗଞ୍ଜାମ ଜିଲ୍ଲା ପ୍ରହରୀ ବି. ବଳରାମ ରାଓ ଉପସ୍ଥିତ ରହି କ୍ରମାନୁରହିତ ହାଡ ରୋଗ ନିବାରଣ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଯୋଗଦ୍ବାରା ଓଷ୍ଟିଓପୋରୋସିସ୍, ଅର୍ଥାରଟସ୍, ବେକ, କାନ୍ଧ, କହୁଣୀ, ଅଣ୍ଟା, ଆଣ୍ଠୁ, ଗୋଇଠି ଯନ୍ତ୍ରଣାରୁ ମୁକ୍ତି ପାଇ ନିରୋଗ ହୋଇପାରିବେ ବୋଲି ଅତିଥି ମାନେ କହିଥିଲେ। ସେହିପରି ମଧୁମେହ ରୋଗରୁ କିପରି ଉପଶମ ପାଇପାରିବା କହିବା ସହ କେଉଁ କେଉଁ ଯୋଗ କରାଯିବ ତାହା ମଧ୍ୟ ବୁଝାଇ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ପ୍ରଧାନ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଭାରତବାସୀ ନିତ୍ୟ ନିୟମିତ ଯୋଗାଭ୍ୟାସ କରିବା, ନିଜେ ସୁସ୍ଥ ରହିବା ଓ ଅନ୍ୟମାନଙ୍କୁ ସୁସ୍ଥ ରଖିବା ବିନା ଔଷଧରେ ଏହା ତାଙ୍କର ମୂଳମନ୍ତ୍ର । ତେଣୁ ପ୍ରତିବର୍ଷ ଜୁନ ମାସ 21 ତାରିଖକୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ୍ ଠାରେ ଆୟୋଜିତ ଶିବିରରେ ସାମିଲ ହୋଇଥିଲେ। ଏଥିରେ ପ୍ରାୟ ତିନି ଲକ୍ଷ ସାଧକ, ସାଧତ୍କା ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ଅଧତ୍କାରୀ, କେନ୍ଦ୍ର ପ୍ରମୁଖ ଏବଂ ପ୍ରାୟ 200 ଜଣ ସାଧକ ଓ ସାଧତ୍କା ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଭିମନ୍ୟୁ ଫାଉଣ୍ଡେସନ ର ମୁଖ୍ୟ ରାକେଶ ପ୍ରଧାନ ଓ ଉପଦେଷ୍ଟା ସୁଧୀର କୁମାର ପଟ୍ଟନାୟକ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ