ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୦ଟାଙ୍କିଆ କଏନ ଗଜପତିରେ ଅଚଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ ଗୋଟି ବ୍ଲକ ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ, ଗୁମ୍ମା, କାଶୀନଗର ଆଦି ଅଞ୍ଚଳରେ ଚାଲୁ ନାହିଁ ଦଶଟଙ୍କିଆ କଏନ୍ | ଏଭଳି ସ୍ଥିତି ପାଇଁ ଦାୟୀ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି| କିଛିବର୍ଷ ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଦଶଟଙ୍କିଆ ଓ କୋଡ଼ିଏ ଟଙ୍କିଆ କଏନ୍ ବଜାରକୁ ଛଡ଼ାଯାଇଛି। ସବୁଠି ଏହା ଚାଲୁଥିବା ବେଳେ ପାରଳାଖେମୁଣ୍ଡି ସହରରେ କାହିଁକି ଚଳୁନାହିଁ ବୋଲି ସାଧାରଣରେ ପ୍ରଶ୍ନ କରାଯାଇ ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା କହିଛନ୍ତି ଯେ, ବ୍ୟବସାୟୀଙ୍କ ଯୋଗୁଁ ହିଁ ୧୦ ଟାଙ୍କିଆ କଏନ ଗଜପତିରେ ଚଳୁନାହିଁ. ହେଲେ ଯେତେବେଳେ ବ୍ୟାଙ୍କକୁ ନେଇକି ଯାଉଛୁ, ସେତେବେଳେ ବ୍ୟାଙ୍କର କର୍ମଚାରୀମାନେ ଭିଡ଼ ମଧ୍ୟରେ କଏନ ଗଣିବା ଓ ଆକାଉଣ୍ଟରେ ଜମା ରଖିବାକୁ ସମୟ ପାଉନଥିବାରୁ ମନା କରୁଛନ୍ତି। ଫଳରେ, ଦୋକାନୀମାନେ ବି ଗ୍ରାହକଙ୍କ ଠାରୁ ବିନମୟରେ କଏନ ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ଏପଟେ, ପ୍ରତ୍ୟେକ ବ୍ୟବସାୟୀ 90 ହଜାର ଟଙ୍କା ପର୍ଯ୍ୟନ୍ତ କଏନ୍ ମହଜୁଦ୍ ରଖିଛନ୍ତି, ତାକୁ ସାରିବାକୁ କଷ୍ଟ ହେଉଛି। ବ୍ୟାଙ୍କ ଗ୍ରହଣ କଲେ ଆମେ ମଧ୍ୟ କଏନ୍ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଏଣୁ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କଏନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଅନ୍ତୁ| ଫଳରେ, ସାଧାରଣ ଲୋକ ମଧ୍ୟ ବଜାରରେ ଏହାକୁ ପୂର୍ଣ୍ଣ ମାତ୍ରାରେ ବ୍ୟବହାର କରିପାରିବେ ଏବଂ କାହାରି କିଛି ଅସୁବିଧା ହେବ ନାହିଁ | ତେଣୁ, ପ୍ରଥମେ ବ୍ୟାଙ୍କ ଗ୍ରହଣ କରୁ, ତାପରେ ଦୋକାନୀ ଗ୍ରହଣ କରିବେ ବୋଲି ମତପ୍ରକାଶ ପାଇଛି।