ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମରୁ କଟୁଛି ଟଙ୍କା ମିଳୁନି ନଗଦ,କାମରେ ଲାଗୁନି ଟୋଲ୍ ଫ୍ରୀ ନମ୍ୱର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଉପାନ୍ତ ଅଞ୍ଚଳରେ ଉତ୍ତମ ସେବା ବଦଳରେ ଠକାମୀର ଶିକାର ହେଉଛନ୍ତି ଅଞ୍ଚଳବାସୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଥିବା ବେଳେ ଅଧିକାଂଶ ସମୟରେ ଅନେକ ଲୋକେ ଠକାମୀର ଶିକାର ହୋଇଥାନ୍ତି। ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଖାତାଧାରୀଙ୍କ ଦୁର୍ଦ୍ଦଶା ଏବେ ଚରମ ସୀମାରେ ଅଟୋକି ରହିଛି। ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଶ୍ରୟଗଡ଼ ଗ୍ରାମର କବିତା ଲିମ୍ମା ଗତ ୨୪ମେ ତାରିଖରେ ପାରଳାଖେମୁଣ୍ଡି ପଞ୍ଜାବ ନେସନେଲ ବ୍ୟାଙ୍କ ଏଟିଏମରେ ୯୫୦୦ଟଙ୍କା ଉଠାଇବା ପାଇଁ ଏଟିଏମ ମେସିନରେ ଏଟିଏମ କାର୍ଡ଼ ଭରିଥିଲେ କିନ୍ତୁ ଟଙ୍କା ଏଟିଏମରୁ ବାହାରିନଥିଲା। ପୁଣିଥରେ ୯୫୦୦ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥିଲେ ଦୂତୀୟ ଥର ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଥିଲା କିନ୍ତୁ ନିଜ ବ୍ୟାଙ୍କ ଆକାଉଣ୍ଟରୁ ୧୯ହଜାର ଟଙ୍କା କଟିଯାଇଥିଲା। ଏପରି ସମସ୍ୟା ଏନେଇ ଟୋଲ ଫ୍ରି ନମ୍ବର ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ଅନଲାଇନ ଅଭିଯୋଗ କରିବା ସହିତ ପଞ୍ଜାବ ନେସନେଲ ବ୍ୟାଙ୍କର ଅଧିକାରୀଙ୍କୁ ଅଭିଯୋଗ କରିଥିଲେ କିନ୍ତୁ ଅଧିକାରୀ ସିଧାସଳଖ ସମସ୍ୟା ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ଏନେଇ ଗୁମ୍ମା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀଙ୍କୁ ୦୯ ସେପ୍ଟେମ୍ବର ମାସରେ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ କଟିଥିବା ଟଙ୍କା ପେରସ୍ତର ହୋଇନଥିଲା। ସେହିପରି ଗୁମ୍ମା ଅଞ୍ଚଳରେ ବହୁ ଲୋକଙ୍କ ହଜାର ହଜାର ଟଙ୍କା ଠକାମୀର ଶିକାର ହେଉଛନ୍ତି। ସମସ୍ୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀ ପଙ୍କଜ ଗୌଉଡ଼ଙ୍କ କହିବା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମିତି ସମସ୍ୟା ହେଉଛି ତଦନ୍ତର ରିପୋର୍ଟ ଅନୁସାରେ ଟଙ୍କା ଉଠାଯାଇଛି। ଯଦି ଟଙ୍କା ଉଠାଯାଇଛି ଗ୍ରାହକ ପାଇନାହାଁନ୍ତି ଏପରି ସମସ୍ୟା ନେଇ ଦନ୍ତରେ ଗ୍ରାହକ।ଏମିତି ସମସ୍ୟା ସୃଷ୍ଟି ହେବା ଫଳରେ ଭାରତୀୟ ଷ୍ଟେଡ଼ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଜନସାଧାରଣ କେତେଦୂର ସୁରକ୍ଷିତ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଦୀର୍ଘ ୫ମାସ ବିତିଗଲା ପରେ ବି ୫ଟଙ୍କା ଭେରସ୍ତ ହେଉନି ଭାରତୀୟ ଷ୍ଟେଡ଼ ବ୍ୟାଙ୍କ ନିୟମ ଅନୁସାରେ ଭୁଲଭସତ ଟଙ୍କା ହେରଫେର ହେଲେ ୭ଦିନ ମଧ୍ୟରେ ଭେରସ୍ତ ହୋଇଥାଏ। ଏନେଇ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଟଙ୍କା ଫେରସ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି କବିତା ଲିମ୍ମା,କାଲେବ ରଇତ,ଇଜିକିଏଲ ଶବର,ଡୁମଣି କାର୍ଜି,ଏମଣି ଶବର ଓ ମାଳତୀ ଭୂୟାଁ।


