ଭାରତୀୟ ସୂଚନା ସେବା ଅଧିକାରୀମାନଙ୍କ ଦ୍ୱିତୀୟ ସର୍ବଭାରତୀୟ ବାର୍ଷିକ ସମ୍ମିଳନୀ

ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଭାରତୀୟ ସୂଚନା ସେବା ଅଧିକାରୀମାନଙ୍କ ଦ୍ୱିତୀୟ ସର୍ବଭାରତୀୟ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସରକାରୀ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ବିସ୍ତାରିତ କରିବା ଉଦ୍ଦେଶ୍ୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ସମସ୍ତ ଗଣମାଧ୍ୟମ ୟୁନିଟ ମଧ୍ୟରେ ବ୍ୟାପକ ସମନ୍ୱୟ ଆଣିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା । ସମନ୍ୱିତ ଏବଂ ବିଷୟବସ୍ତୁ ଆଧାରିତ ଯୋଗାଯୋଗ ଆଭିମୁଖ୍ୟ ଗ୍ରହଣ, ସାମାଜିକ ଗଣମାଧ୍ୟମର କ୍ଷେତ୍ରୀୟ ସମ୍ପ୍ରସାରଣ ଏବଂ ସମନ୍ୱିତ ଡ୍ୟାଶବୋର୍ଡର ଉପଯୋଗ, ସରକାରୀ ଯୋଗାଯୋଗ ପ୍ରଭାବ ଆକଳନ ବ୍ୟବସ୍ଥା ଗ୍ରହଣ, ଗୁରୁ ନାନକଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ କାର୍ଯ୍ୟଖସଡ଼ା, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ, ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଏବଂ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣ ପାଳନ ପାଇଁ କାର୍ଯ୍ୟଖସଡ଼ା ଉପରେ ଏହି ସମ୍ମିଳନୀରେ ଅଧିବେଶନମାନ ଆୟୋଜନ କରାଯାଇଥିଲା ।  ସମ୍ମିଳନୀ ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଗଣମାଧ୍ୟମ ୟୁନିଟଗୁଡ଼ିକର ପ୍ରଦର୍ଶନ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସମ୍ମିଳନୀରେ ଉପସ୍ଥିତି ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତା ଦେଇଥିଲେ । ଏଥିରେ ସେ ସରକାରଙ୍କ ଯୋଜନା ଓ ନୀତିର ପ୍ରଚାରପ୍ରସାର ସହିତ ମତାମତ ସଂଗ୍ରହର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ସୂଚନା ସେବା ଅଧିକାରୀମାନଙ୍କ ହେଉଛନ୍ତି ସରକାରଙ୍କ ଆଖି ଓ କାନ । ସଂକୁଚିତ ହୋଇ କାମ କରିବା ବଦଳରେ ଯୋଗାଯୋଗର ଏକୀକୃତ ଆଭିମୁଖ୍ୟ ନେଇ ମନ୍ତ୍ରଣାଳୟର ଅନ୍ୟାନ୍ୟ ଗଣମାଧ୍ୟମ ୟୁନିଟଗୁଡ଼ିକର ଅଧିକାରୀମାନଙ୍କ ସହିତ ମିଶି କାମ କରିବା ପାଇଁ ସେ ଆହ୍ୱାନ କରିଥିଲେ । ଇଂଟର୍ଣ୍ଣସିପ ମାଧ୍ୟମରେ ପ୍ରତିଭାର ସଦୁପଯୋଗ ଉଦ୍ଦେଶ୍ୟରେ ଗଣମାଧ୍ୟମ ସଂସ୍ଥାନ ସହ ସମ୍ପର୍କ ପ୍ରତିଷ୍ଠା ଲାଗି ସେ ପରାମର୍ଶ ଦେଇଥିଲେ । ଯାହାଫଳରେ ବଦଳୁଥିବା ଚାହିଦା ସହିତ ତାଳ ଦେଇ ସରକାରୀ ଯୋଗାଯୋଗ ପ୍ରକ୍ରିୟାରେ ଯୁବପ୍ରତିଭାଙ୍କ ଉପାୟର ଉପଯୋଗ ହୋଇପାରିବ । ଉଦଘାଟନୀ ଅଧିବେଶନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ  ଅମିତ ଖାରେ କହିଥିଲେ ଯେ ସରକାରୀ ଯୋଗାଯୋଗରେ ଏକ ଜରୁରୀ ପରିବର୍ତନ କରାଯିବାର ଆଶ୍ୟକତା ରହିଛି । ଏହାକୁ ମନ୍ତ୍ରଣାଳୟ ଆଧାରିତ ନକରି ସାମଗ୍ରୀକ ତଥା ବିଷୟବସ୍ତୁ ଆଧାରିତ କରାଯିବା ଉଚିତ, ଯାହା ନାଗରିକ କୈନ୍ଦ୍ରିକ ହେବା ଆବଶ୍ୟକ । ଅଂଶଗ୍ରହଣକାରୀ ଯୋଗାଯୋଗ ଆଭିମୁଖ୍ୟ ଗ୍ରହଣ କରିବା ପ୍ରତି ସେ ଗୁରୁତ୍ୱ ଦେଇଥିଲେ । ଡିଜିଟାଲ ଯୋଗାଯୋଗ ପ୍ରତି ସୂଚନା ସେବା ଅଧିକାରୀମାନେ ଜୋର ଦେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ ।  ସମ୍ମିଳନୀରେ ସଚୂନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ପ୍ରସାର ଭାରତୀ, ଭାରତୀୟ ଜନ ସଂଚାର ସଂସ୍ଥାନର ବରିଷ୍ଠ ଅଧିକାରୀମାନଙ୍କ ସମେତ ସାରା ଦେଶରୁ ବରିଷ୍ଠ ସୂଚନା ଦେବା ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ