ଭାରତୀୟ ସେନା ବାହିନୀରେ ସିପାହି ସହିଦ୍
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭାରତୀୟ ସେନା ବାହିନୀରେ ସିପାହି ଭାବେ କାର୍ଯ୍ୟରତ ଭଞ୍ଜନଗର ବ୍ଳକ୍ ଗୁଣ୍ଡୁରିବାଡି ପଞ୍ଚାୟତ ଗୋହିରିବାଡି ଗ୍ରାମର ସ୍ବର୍ଗତ ରାଧା ମୋହନ ପ୍ରଧାନଙ୍କ ପୁଅ ଅମ୍ବିକା କୁମାର ପ୍ରଧାନ ଗତ ଗୁରୁବାର ଦିନ ଡ୍ୟୁଟିରେ ଥିବା ସମୟରେ ସହିଦ୍ ହୋଇଛନ୍ତି। ସେଠାରେ ସେନାର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନା ପରେ ଆଜି ତାଙ୍କର ମୃତଦେହ ଭଞ୍ଜନଗର ଠାରେ ପହଞ୍ଚିଛି। ପରିବାର ଲୋକ ବର୍ତ୍ତମାନ ସହର ଉପକଣ୍ଠ ଲଣ୍ଡେଇ ସାହିରେ ରହୁଥିବାରୁ ପ୍ରଥମେ ପରିବାର ଲୋକଙ୍କ ନିକଟକୁ ନିଆଯାଇଥିଲା। ଏହାପରେ କରି ଏକ ବିରାଟ ଶୋଭାଯାତ୍ରାରେ ବୀର ଯବାନ ଅମର ରହେ ସ୍ଳୋଗାନରେ ଶବଧାରା ବେଲେଶ୍ବର ଶ୍ମଶାନ ଘାଟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଥାନା ଅଧିକାରୀ ଧୀରେଶ କୁମାର ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ଜିଲ୍ଲା ପୁଲିସ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ଅମ୍ବିକାଙ୍କ ବର୍ତ୍ତମାନ ଉତ୍ତାରଖଣ୍ଡ ରାଜ୍ୟର ଚମ୍ପାୱତ୍ ଜିଲ୍ଲାର ‘ଜେନେରାଲ ରିଜର୍ଭ ଇଞ୍ଜିନିୟରିଂ ଫୋର୍ସ’ରେ ପୋଷ୍ଟିଂ ହୋଇଥିଲା। ସେ ଏଥି ପୂର୍ବରୁ ମିଜୋରାମ୍ରେ କାର୍ଯ୍ୟ କରିଥିବା ବେ୍ଳେ ବିଭିନ୍ନ ରାଜ୍ୟରେ ଦକ୍ଷତାର ସହ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ। ଗତ କିଛି ଦିନ ଧରି ସେ ଚମ୍ପାୱତ୍ ଠାରେ ନିଜର କାର୍ଯ୍ୟ କରୁଥିବା ବେଳେ ହଠାତ୍ ଗତକାଲି ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଗତକାଲି ମଧ୍ୟାହ୍ନ ସମୟରେ ସେ ଖାଇବା ପ୍ରଦାନ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଚମ୍ପାୱତ ଜିଲ୍ଲା ସ୍ବାସ୍ଥକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ଅମ୍ବିକାକୁ ମୃତ ଘୋଷଣା କରିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ଆଜି ରବିନ୍ଦ୍ରଙ୍କ ପାର୍ଥିବ ଶରୀର ନିଜ ଗ୍ରାମକୁ ଆସିଛି। ଦିଲ୍ଲୀକୁ ସେନା ଗାଡିରେ ଅଣାଯିବା ପରେ ଏକ ସ୍ବତନ୍ତ୍ର ବିମାନରେ ଆଜି ସକାଳ ସମୟରେ ଭୂବନେଶ୍ବରରେ ପହଞ୍ଚିଥିଲା। ସେଠାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ରେ ଯବାନ ମାନେ ଆଜି ଅପରାହ୍ନ ସମୟରେ ଅମ୍ବିକାଙ୍କ ଶରୀରକୁ ନେଇ ଭଞ୍ଜନଗର ଠାରେ ପହଞ୍ଚିଥିଲେ।