ଭାରତୀୟ ସେନା ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ- ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ
ନୂଆଦିଲ୍ଲୀ- ନୂଆ ସେନାଧ୍ୟକ୍ଷ ଭାବେ ମନୋଜ ମୁକୁନ୍ଦ ନରୱାଣେ ଶନିବାର ସାମ୍ୱାଦିକ ସମ୍ମିଳନୀ ରେ ପିଓକେ ଉପରେ ନିଜର ମତ କହିଛନ୍ତି ଯେ, ପିଓକେ ଭାରତର ଅଂଶ ହୋଇପାରିବ ବୋଲି କିନ୍ତୁ ଏହାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ନେବାକୁ ପଡିବ । ପାକିସ୍ତାନ ଏବଂ ଚାଇନାର ଚ୍ୟାଲେଞ୍ଜର ପ୍ରଶ୍ନ ଉପରେ ଆର୍ମୀ ମୁଖ୍ୟ କହିଛନ୍ତି ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଏଲଓସି ସେପଟୁ ପାକିସ୍ତାନର ସବୁ ଷଡଯନ୍ତ୍ର ଉପରେ ଆର୍ମୀ ମୁଖ୍ୟ କହିଛନ୍ତି ଯେ ଗୁରୁନ୍ଦା ଇନପୁଟ ଏବଂ ସେନାର ତତ୍ପରତା ମାଧ୍ୟମରେ ପାକର ଷଡଯନ୍ତ୍ରଙ୍କୁ ଧ୍ୱସ୍ତ କରିବାରେ ସଫଳ ହେଉଛି । ପିଓକେ କୁ ଭାରତର ଅଂଶ କହି ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ବୟାନ ଦେଇ ସାରିଛନ୍ତି ।


