ଭାରତୀୟ ହେଣ୍ଡିକ୍ରାଫ୍ଟ ହେଣ୍ଡଲୁମ ମେଳାରେ ଗୋଟିଏ ଛାତ ତଳେ ମିଳୁଛି ବିଭିନ୍ନ ରାଜ୍ୟର ସାମଗ୍ରୀ
ବାରିପଦାର,(ମୁରାରୀ ମୋହନ ମହାପାତ୍ର):ବାରିପଦାର ଐତିହାସିକ ଛଉ ପଡିଆରେ ଭାରତୀୟ ହେଣ୍ଡିକ୍ରାଫ୍ଟ ହେଣ୍ଡଲୁମ ମେଳା ଚାଲିଛି. ଏଠାରେ ବିଭିନ୍ନ ରାଜ୍ୟର ହେଣ୍ଡିକ୍ରାଫ୍ଟ ଏବଂ ହେଣ୍ଡଲୁମ ଦ୍ରବ୍ୟ ଯେପରି ସମ୍ବଲପୁରୀ ଶାଢୀ, ବନାରସୀ ଶାଢୀ, ଗୁଜୁରାଟୀ ବାନ୍ଧିନୀ ଶାଢୀ, ୱେଷ୍ଟବେଙ୍ଗଲ ଫ୍ଲାୱାର ଫେନସି ଶାଢୀ, ମିରଟ ଖଦୀ, ରାଜସ୍ଥାନ ବେଡସିଟ୍, କାନପୁର ଜୋତା, ବମ୍ବେ ଫେନସି ଚପଲ, ରାଜସ୍ଥାନ କୁର୍ତ୍ତି ଓ ଚୁଡି, କାଶ୍ମୀର ସାଲ, ଲକ୍ଷ୍ନୌ ଚିକେନ, ମୁମ୍ବାଇ ଫ୍ୟାନସି ବ୍ୟାଗ, କନ୍ଧମାଳ ହଳଦୀ, ବ୍ରହ୍ମପୁର ଆଚାର, ଓଡିଶା ବିଖ୍ୟାତ ଦରଦ ନାଶକ କୋଚିଲା ତୈଳ, ଫିଜିଓଥୋରାପି ହେଲଥ ମେସିନ, ଜୁସର, ଭେଜିଟେବୁଲ କଟର, ଆକ୍ୟୁପ୍ରେସର, ଶାହାରଙ୍ଗପୁର ଫର୍ନିଚର, ଚିନାମାଟି କପ ଓ ପ୍ଲେଟ ଇତ୍ୟାଦି ସହ ପିଲାଙ୍କ ମନୋରଞ୍ଜନ ପାଇଁ ମିନା ବଜାର ଏବଂ ଖାଦ୍ୟ ମେଳା ମଧ୍ୟ ଖୋଲିଛି. ତେବେ ଗୋଟିଏ ଛାତ ତଳେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ର ସହ ଘରକରଣା ଜିନିଷ ମିଳୁ ଥିବାରୁ ସନ୍ଧ୍ୟାରେ ବେଶ ଭିଡ଼ ପରି ଲକ୍ଷିତ ହେଉଛି.


