ଭାରତୀ ଏକ୍ସା ଜେନେରାଲ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ସ୍ମାର୍ଟ ଇ-ସର୍ଭେ ଆରମ୍ଭ
ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ଅଗ୍ରଣୀ ବିଜନେସ ଗ୍ରୁପ ଭାରତୀ ଏଣ୍ଟରପ୍ରାଇଜେସ ଏବଂ ବିଶ୍ୱର ଅଗ୍ରଣୀ ବୀମା କମ୍ପାନୀ ଏକ୍ସାର ମିଳିତ ଉଦ୍ୟମରେ ଗଠିତ ଭାରତୀ ଏକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ଅଭିନବ ଟେକ-ଆପ୍ଲିକେସନ ସ୍ମାର୍ଟ ଇ-ସର୍ଭେର ଶୁଭାରମ୍ଭ କରାଯାଇଛି । ଏହା ଗ୍ରାହକମାନଙ୍କୁ ଏବଂ ସହଭାଗି ଗ୍ୟାରେଜଗୁଡିକୁ ତୁରନ୍ତ ଯାନ କ୍ଲେମ ଏବଂ ତୀବ୍ର କ୍ଲେମ ସେଟେଲମେଣ୍ଟର ସୁବିଧା ଦେବାର ସୁଯୋଗ ପ୍ରଦାନ କରିବ । ପ୍ରୋସେସିଂ ମୋଟର ବୀମା ପାଇଁ ସ୍ମାର୍ଟ ଇ-ସର୍ଭେ ଆପ ହେଉଛି ଏକ ଲାଇଭ ଷ୍ଟ୍ରିମିଙ୍ଗ ସମାଧାନ । ଏହା ନୂଆ ଏବଂ ଅତିରିକ୍ତ ସେବା ଯାହା ବୀମାର ନିୟମ ଏବଂ ପରିସ୍ଥିତି ଅଧାରରେ ତୀବ୍ର କ୍ଲେମର ସେବା ପ୍ରଦାନ କରିଥାଏ । କମ୍ପାନୀ ଏହାର ଗ୍ରାହକମାନଙ୍କୁ ସ୍ମାର୍ଟ ଇ-ସର୍ଭେ ଆପ୍ ଏବଂ ବ୍ରାଉଜର ଆଧାରିତ ୱେବ୍ ଲିଙ୍କ ମାଧ୍ୟମରେ ସେମାନଙ୍କ ଖରାପ ଯାନର ଅନ-ଦ-ସ୍ପଟ ଭିଡ଼ିଓ ଇନସପେକସନ ଏବଂ ଭର୍ଚୁଆଲ ସର୍ଭେର ବିକଳ୍ପ ପ୍ରଦାନ କରିବ । ଉକ୍ତ ସ୍ମାର୍ଟ ଇ- ସର୍ଭେର ବ୍ୟବହାର କରି ଗ୍ରାହକ ଏବଂ କମ୍ପାନୀର ସହଭାଗି ଗ୍ୟାରେଜ୍ଗୁଡିକ ସେମାନଙ୍କ ସ୍ମାର୍ଟଫୋନରେ ଗୋଟିଏ ସାଧାରଣ ଟ୍ୟାପ ଦ୍ୱାରା କ୍ଲେମ ସୁବିଧାକୁ ଉପଭୋଗ କରିପାରିବେ । କୌଣସି ଦୁର୍ଭାଗ୍ୟଜନକ ଘଟଣାରେ ଯଦି ବୀମାଯୁକ୍ତ ଯାନବାହାନର କ୍ଷତି ହୋଇଥାଏ ତେବେ ଗ୍ରାହକ ଏବଂ ଗ୍ୟାରେଜ କ୍ଷତିର ପ୍ରଭାବ ଭିଡିଓ କଲ ମାଧ୍ୟମରେ ଜଣାଇପାରିବେ ।


