ଭାରତୀ ବିଦ୍ୟପୀଠର ୬୪ତମ ବର୍ଷିକ ଉତ୍ସବ
ଗଞ୍ଜାମ,(ଦୁର୍ଗା ମାଧବ ପାଣିଗ୍ରାହି): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ର ୬୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଇଓ ସୁବାସ ଚନ୍ଦ୍ର ଘଡେଇ ସଭାତିତ୍ୱ ରେଅନୁଷ୍ଠିତ ଉସବରେ ମୁଖ୍ୟଅତିଥି ରୂପେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ,ମୁଖ୍ୟ ବକ୍ତା ରୁପେ ଏନ.ଏ.ସି .ଅଧିକାରୀ ପ୍ରଭୁକଲ୍ୟାଣ ଦାସ , ସଂମ୍ମାନିତ ଅତିଥି ରୂପେ ଗଂଜାମ ଆଇ.ଆଇ.ସି ଦିଲ୍ଲୀପ କୁମାର ସାହୁ, ବରିଷ୍ଠ ନାଗାରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଗ୍ରାସୀମ ଇଣ୍ଡୋଷ୍ଟିଜ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ବିଶିଷ୍ଟ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା, ପରିଚାଳନା କମିଟିର ସଭାପତି ବାବାଜି ଗୌଡ଼, ସିଆରସି ମହେଶ୍ବର ବେହେରା ପ୍ରମୁଖ ଯୋଗଦେଇ ଥିଲେ । ପ୍ରଧାନ ଶିକ୍ଷକ କବିରାଜ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷୟିତ୍ରୀ ରାଜଲଷ୍ମୀ ରେଡି ବାର୍ଷିକ ବିବରଣୀ ପଠନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କ୍ରୀଡ଼ା ଶିକ୍ଷକ ପ୍ରତି ରଞ୍ଜନ ପ୍ରଧାନ । ବିଭିନ୍ନ କୃତି ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ଏହାକୁ ଶିକ୍ଷକ ସୂର୍ୟ୍ୟନାରାୟଣ ଦାସ, ଶିକ୍ଷୟତ୍ରୀ ସୁନିତା ମହାଙ୍ଗୁଡ଼, ବିଦ୍ୟୁତ ଲତା ବସ୍ତିଆ, ରାଜେଶ୍ୱରୀ ସାହୁ, ରଶ୍ମିତା ସିଂ, ଶିକ୍ଷକ ମନୋଜ କୁମାର ସାହୁ, ସୁନୀଲ କୁମାର ବାରିକ, କିରାଣୀ ହରିହର ବାରିକ ଓ ଦିବ୍ୟ ଶେଖର ସ୍ବାଇଁ ପରିଚାଳନା କରିଥିଲେ ।ଏଥିରେ ଵିଦ୍ୟର୍ଥୀ, ଅଭିଭାବକ, ସମେତ ସ୍ଥାନୀୟ ଜନତା ଉପଭୋଗ କରିଥିଲେ ।