ଭାରତ୍ତେଳନା ପାଇଁ ବିଶ୍ୱରେ ଓଡିଶା ଗର୍ବିିତ : ଭାରତ୍ତେଳନା କାରୀ ଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଭାରତ୍ତେଳନ କ୍ରୀଡା ପାଇଁ ବିଶ୍ୱ ଦରବାରରେ ଓଡିଶାର ନାମ ସୁପରିଚିତ । ବିଶ୍ୱର ସମସ୍ତ ବହୁ ଯୁବ ପ୍ରତିଭା ମାନଙ୍କ ଠାରୁ ବ୍ରହ୍ମପୁର ଯୁବକ ମାନଙ୍କର ଭୂମିକା ସର୍ବାଗ୍ରେ ବୋଲି କହିଛନ୍ତି ଭାରତର ସୁନାମଧନ୍ୟ ଭେଷଜ ବିଶେଷ ଡା.ପ୍ରଫୁଲ ଚନ୍ଦ୍ର ସାହୁ । ଏହା ବ୍ୟତୀତ ସେ ସ୍ୱାସ୍ଥ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ବିଗତ ଦିନରେ ବିଶାଖାପାଟନା ଓ ଜୟପୁର ଠାରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଥିବାରୁ କେ.ରବିକୁମାର , ସୁଶାନ୍ତ ସାହୁ , ଅନିଲ କୁମାର ସାହୁ , ମୀନତି ଦାସ , ଏବଂ ପ୍ରଶିକ୍ଷକ ସୀତା ପ୍ରସାଦ ପଟ୍ଟନାୟକ , ଯଞ୍ ନାରାୟଣ ନନ୍ଦଙ୍କୁ ସ୍ଥାନୀୟ ବ୍ୟାୟାମ ବ୍ୟ୍ରାୟାମ କେନ୍ଦ୍ର ପରିସରରେ ସମ୍ବଦ୍ଧିତ କରାଯାଇଛି । ଏହି ସମ୍ବଦ୍ଧିତ ଉସ୍ରବରେ ମୂଖ୍ୟ ଅତିଥିରୂପେ ଡା.ସାହୁ ଯୋଗ ଦେଇ ପୁଷ୍ପଗୁଛ ପ୍ରଦାନ କରିବା ସହ ମଙ୍ଗଳ କାମନା କରିଥିଲେ । ଏହି ଉସ୍ରବରେ ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଭାରୋତତ୍ତଳନା ସଂଘର ସଂପାଦକ ନାରାୟଣ ସାହୁ , ଉପଦେଷ୍ଟା ରବି ରଥ, ଜିଲ୍ଳ କ୍ରିଡାଅଧିକାରୀ ପ୍ରଶାନ୍ତ କୁମାର ସାହୁ , ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ପ୍ରଫୁଲ ଜଗନ୍ନାଥ ପାଢୀ , ଭାରତ୍ତେଳନ ପ୍ରଶିକ୍ଷକ ସୀତା ପ୍ରସାଦ ପଟ୍ଟନାୟକ , ପ୍ରମୁଖ ଭାଷଣ ଦେବା ପରେ ଗାଗାରିନ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ