ଭାରତ ଉପରେ ଆକ୍ରମଣ ପାଇଁ ଅଏକାଏଦର ଧମକ
ନୂଆଦିଲ୍ଲୀ , ଭାରତ ବର୍ଷରେ ଜାମ୍ମୁ-କାଶ୍ମୀରରେ ବିଭିନ୍ନ ସମୟରେ ସେନା ଉପରେ କରାଯାଉଛି ଅତର୍କିତ ଆକ୍ରମଣ ।କେତେ ବେଳେ ସେନା ଉପରକୁ ପଥର ମାଡ କରାଯାଉଛ ିତ କେତେ ବେଳେ ବିଛିନ୍ନତାବାଦୀ ମାନଙ୍କ ଦ୍ୱାରା ଆକ୍ରମଣ କରାଯାଉଛି । ଜାମ୍ମୁ –କାଶ୍ମୀରରେ ଶାନ୍ତି ଶୃଙ୍ଗଳା ରକ୍ଷା ନିମନ୍ତେ ବ୍ୟାପକ ପ୍ରସ୍ତୁତ କରାଯାଇଛି । ସେଠାରେ ବାରମ୍ଭାର ବିଶୃଙ୍ଖଳା ସ୍ଥିତି ଉପୁଜିଥିବାରୁ ଜମ୍ମୁରେ ରାଷ୍ଟ୍ରପତି ଶାସନ ଜାରୀ ରହିଛି । ଅମିତ୍ ଶାହା ମଧ୍ୟ ଆଉ ୬ ମାସ ବୃଦ୍ଧି ନିମନ୍ତେ ରାଷ୍ଟ୍ରପତି ଶାସନ କରିବାକୁ କହିଥିଲେ । କାଶ୍ମୀରରେ ମୁଜାହିଦ୍ଦିନମାନେ ଅଶାନ୍ତ ସୃଷ୍ଟି କରିବା ନିମନ୍ତେ ପ୍ରସ୍ତୁତ ରହିବା ସହ ଆଗାମୀ ଦିନରେ ଅଲକାଏଦାର ମୁଖ୍ୟ ଅଲ କାଏଦାର ମିଡିଆ ଯୱାହରି ଦେଇଛନ୍ତି । ଏହା ଉପରେ ଏକ ବିସୃତ ରିପୋର୍ଟ ଲଙ୍ଗୱାର ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହା ସହ ଭାରତ ଉପରେ ଅଧିକ ଆକ୍ରମଣ କରିବା ନିମନ୍ତେ ଆତଙ୍କବାଦୀ ମାନେ ରହିଥିବାର ଖବର ପ୍ରକାଶ ପାଇଛି ।