ଭାରତ ଏବଂ ଭାରତୀୟତାକୁ ବୁଝିବାକୁ ହେଲେ ପ୍ରଭୁ ଶ୍ରୀରାମଙ୍କୁ ବୁଝିବା ଜରୁରୀ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଭାରତୀୟଙ୍କ ଆତ୍ମାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ସର୍ବଦା ବିଦ୍ୟମାନ । ଶ୍ରୀରାମଙ୍କ ଜନସ୍ଥାନ ଅଯୋଧ୍ୟାରେ ପ୍ରଭୁଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେଉଥିବା ବେଳେ ଏଥିପାଇଁ ଆଜି ସମଗ୍ର ଦେଶରେ ଏକ ଅଭୁତପୂର୍ବ ଉତ୍ସାହ ଦେଖାଯାଇଛି ବୋଲି ସୋମବାର ନୂଆଦିଲ୍ଲୀର ରାଜଘାଟ୍ ଠାରେ ‘ଅଯୋଧ୍ୟା ପର୍ବ’ର ଉଦ୍‌ଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଶ୍ରୀ ରାମ ସନାତନ ଧର୍ମର ସଫଳ ଆସ୍ଥାର କେନ୍ଦ୍ର । ଭାରତ ଏବଂ ଭାରତୀୟତାକୁ ବୁଝିବାକୁ ହେଲେ ପ୍ରଭୁ ଶ୍ରୀରାମଙ୍କୁ ବୁଝିବା ଅତ୍ୟନ୍ତ ଜରୁରୀ । ଭାରତ ବ୍ୟତିତ ଥାଇଲ୍ୟାଣ୍ଡରେ ମଧ୍ୟ ଭଗବାନ ରାମଙ୍କ ପ୍ରତି ଗଭୀର ଆସ୍ଥା ରହିଛି । ସତ୍ୟ, ଅହିଂସା, କରୁଣା ଏବଂ ବୌଦ୍ଧ ଧର୍ମର ପ୍ରଚାର ପ୍ରସାରରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ବିଚାରକୁ ସେଠାରେ ଆପଣାଯାଇଛି । ଆଜି ବି ରାମାୟଣ, ହନୁମାନ ଚାଳିସା, ପବିତ୍ର ଗୀତାର ଭାବାର୍ଥ ଏବଂ ପ୍ରଭୁ ଶ୍ରୀରାମଙ୍କ ବିଚାର ପ୍ରାସଙ୍ଗିକତା ହୋଇଛି । ପ୍ରଭୁ ଶ୍ରୀରାମ ହଜାର ହଜାର ବର୍ଷ ଧରି ଭାରତୀୟ ଜନମାନସରେ ଯୋଡ଼ି ହୋଇ ରହିଛନ୍ତି । ୫୦୦୦ରୁ ୮୦୦୦ ବର୍ଷ ପରେ ବି ରାମାୟଣ, ମହାଭାରତ ଭବିଷ୍ୟତଗାମୀ ହେବା ସହ ଆମ ଜୀବନ ପ୍ରବାହରେ ସାମିଲ ହୋଇଛି । କିନ୍ତୁ ଆଜି ବି କିଛି ତଥାକଥିତ ବିଶେଷଜ୍ଞମାନେ ରାମାୟଣର ବୈଜ୍ଞାନିକ ପୃଷ୍ଠଭୂମି ଓ ପ୍ରଭୁ ଶ୍ରୀରାମଙ୍କ ପ୍ରମାଣ ମାଗୁଛନ୍ତି । ଇତିହାସ ଏବଂ ସଂସ୍କୃତିର ଅନୁଯାୟୀ ଭାବରେ ଆମର ଐତିହ୍ୟ, ରାମାୟଣର ବୈଜ୍ଞାନିକ ପୃଷ୍ଠଭୂମି ଏବଂ ତଥ୍ୟକୁ ଲୋକଲୋଚନକୁ ଆଣିବା ଆବଶ୍ୟକ । ଏଥିପାଇଁ ଆମକୁ ଦାୟିତ୍ୱର ସହ କାମ ନିର୍ବାହ କରିବାକୁ ହେବ । ପ୍ରଭୁ ଶ୍ରୀରାମଙ୍କ ବିଚାରକୁ ପାଥେୟ କରି ମହାମାରୀର କଠିନ ସମୟରେ ଭାରତ ଯନ୍ତ୍ରଣାରେ ଥାଇ ମଧ୍ୟ ବିଶ୍ୱର ଅନେକ ଦେଶକୁ ମଧ୍ୟ ବିନା କୌଣସି ସର୍ତରେ ପିପିଇ କିଟ ଏବଂ ଭ୍ୟାକସିନ ପହଁଚାଇଥିଲା । ଦେଶରେ ରାମ ବିଚାରକୁ ଜାଗ୍ରତ କରିବାରେ ସଂସ୍କୃତି, ସଂସ୍କାର ଏବଂ ଆସ୍ଥାର ସମାଗମ ଅଯୋଧ୍ୟା ପର୍ବ ବଡ଼ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ