ଭାରତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସରେ ଆରମ୍ଭ ଏମସିଏ ପାଠ୍ୟ

ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠ ଦହପଡ଼ା ସ୍ଥିତ ‘ଭାରତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ’ରେ ଚଳିତ ଶିକ୍ଷାବର୍ଷରୁ ଏମସିଏ ଶିକ୍ଷାଦାନ ହେବାକୁ ଯାଉଥିବା ସମ୍ପର୍କରେ ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଚେୟାରମ୍ୟାନ ଡ. ଶ୍ରୀମାନ ଶ୍ରୀଚନ୍ଦନ ଯୋଗଦେଇ ‘ଭାରତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ’ର ଏମସିଏ ଶିକ୍ଷାଦାନ ପାଇଁ ‘ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ’ (ଏଆଇସିଟିଇ) ଅନୁମୋଦନ କରିଥିବା ବେଳେ ‘ରାଜ୍ୟ ସ୍କିଲ ଡେଭେଲୋପମେଣ୍ଟ ଏଣ୍ଡ ଟେକ୍ନିକାଲ ଏଜୁକେସନ’(ଏସଡିଟିଇ) ଏବଂ ବିପିୟୁଟି ପକ୍ଷରୁ ଏନଓସି ପ୍ରାପ୍ତ ହୋଇଛି ବୋଲି କହିଥିଲେ । ଏହି ଶିକ୍ଷାନୁଷ୍ଠାନରେ ପୂର୍ବରୁ ମାର୍କେଟିଂ, ଫାଇନାନ୍ସ, ଏଚଆର, ଅପରେସନ ମ୍ୟାନେଜମେଣ୍ଟ, ସିଷ୍ଟମ ମ୍ୟାନେଜମେଣ୍ଟ, ରୁରାଲ ମ୍ୟାନେଜମେଣ୍ଟ, ଏଗ୍ରି ବିଜିନେସ ମ୍ୟାନେଜମେଣ୍ଟ ଓ ଇଣ୍ଟରନ୍ୟାସନାଲ ବିଜିନେସ ମ୍ୟାନେଜମେଣ୍ଟ ପ୍ରଭୃତି ବିଭାଗର ‘ଏମବିଏ’ଶିକ୍ଷାଦାନ ଥିଲା । ଏଥିରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ସମାପ୍ତକୁ ଗୋଟିଏ ବର୍ଷ ବାକି ଥିବା ବେଳେ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଅନୁସାରେ ପ୍ରତିଷ୍ଠିତ କମ୍ପାନୀଙ୍କ ଦ୍ୱାରା କ୍ୟାମ୍ପସ ଚୟନ ମାଧ୍ୟମରେ ୪୦ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଚୁକ୍ତିବଦ୍ଧ କରାଯାଇଥିବା ଡ. ଶ୍ରୀଚନ୍ଦନ କହିଛନ୍ତି । କ୍ୟାମ୍ପସ ଚୟନପ୍ରକ୍ରିୟାରେ ମନୋନୀତ ଛାତ୍ରଛାତ୍ରୀମାନେ ଅନୁଷ୍ଠାନରେ ଶିକ୍ଷାଗ୍ରହଣ ସାଙ୍ଗକୁ କମ୍ପାନୀ ଠାରୁ ଏବେ ଅନଲାଇନ ଟ୍ରେନିଂ ନେଉଛନ୍ତି । ୬ ମାସିଆ ଟ୍ରେନିଂ ଏବଂ ଏମବିଏ ପାଠ୍ୟକ୍ରମର ଫାଇନାଲ ପରୀକ୍ଷା ପରେ ସେମାନେ ଚାକିରିରେ ଯୋଗଦାନ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ‘ଭାରତ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ’ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଚନ୍ତି ।ଆଗାମୀ ଦିନରେ ବି ଏହି ଧାରା ବଜାୟ ରହିବ ବୋଲି କର୍ମକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ମନୋଜ ଜେନା, ଅସିତ କୁମାର ଦାସ, ଡାକ୍ତର ଆକାଶ ମୋଦି ତଥା ଅନୁଷ୍ଠାନର ଅଧ୍ୟକ୍ଷ ଡ. ଶେଖ ଗ୍ୟାସୁଦ୍ଦିନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଡ. ପ୍ରଦୀପ ଗିରି, ସଗୁପ୍ତା କାଦ୍ରି, ଶୁଭଲକ୍ଷ୍ମୀ ସାହୁ, ପ୍ରେମଜିତ ସିଂହ, ନିର୍ମଳ ସେଠୀ, ପ୍ରମୋଦ କୁମାର ମହନ୍ତ, ବାସନ୍ତୀ ଦାସ, ପ୍ରମିଳା ଦାସ ପ୍ରମୁଖଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ