ଭାରତ-ଚୀନ୍ ମୁହାଁମୁହିଁ, ଜାତିସଂଘର ଉଦବେଗ

ନୂଆଦିଲ୍ଲୀ: ମୁହାଁମୁହିଁ ହୋଇଛନ୍ତି ଚୀନ ଓ ଭାରତୀୟ ସେନାର ଯବାନମାନେ। ଚୀନ ସୀମାରେ ଉଭୟ ଦେଶର ଯବାନଙ୍କ ସଂଘର୍ଷକୁ ନେଇ ଜାତିସଂଘ ଘୋର ଉଦବେଗ ପ୍ରକାଶ କରିଛି। ଗତକାଲି ରାତିରେ ଲଦାଖ ସୀମାରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୩ ଜଣ ଚୀନ ସେନା ମୃତାହତ ଟ୍ବିଟ୍‌ କରିଛି ଏଏନଆଇ । ମିଳିତ ଜାତିସଂଘ ଉଭୟ ପକ୍ଷକୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛି। ଭାରତ-ଚୀନ ସୀମାରେ ଦେଖାଯାଇଥିବା ସ୍ଥିତିକୁ ନେଇ ଜାତିସଂଘ ଚିନ୍ତିତ ଏବଂ ଦୁଇ ଦେଶ ସ୍ଥିତି ସୁଧାର କରିବା ନେଇ ପଦକ୍ଷେପ ନେବେ ବୋଲି ଆମେ ଆଶା କରୁଛୁ ବୋଲି ମହାସଚିବ କହିଛନ୍ତି । ଅନ୍ୟପଟେ ଏଲଏସିରେ ଚୀନ ହେଲିକପ୍ଟର ଉଡୁଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ପ୍ରଥମେ ଖବର ଆସିଥିଲା ଜଣେ କର୍ଣ୍ଣେଲ ଓ ୨ ଯବାନ ସହିଦ ହୋଇଛନ୍ତି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁସାରେ ଡ୍ରାଗନ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଦେଶର ସାର୍ବଭୌମତ୍ୱର ସୁରକ୍ଷା କରିବାକୁ ଯାଇ ସେମାନେ ଦେଶପାଇଁ ଜୀବନ ବଳିଦାନ ଦେଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ତେବେ ଘଟଣା ସ୍ଥଳରେ ଶୂନ ଡିଗ୍ରୀରୁ କମ୍ ତାପମାତ୍ରା ସହ ଉଚ୍ଚ ଅକ୍ଷାଂଶ ଯୋଗୁଁ ଆହତ ଯବାନମାନେ ସହିଦ ହୋଇଥିବା ସ୍ପଷ୍ଟ କରିଛି ସେନା । ଭାରତୀୟ ଯବାନ ସହ ସଂଘର୍ଷରେ ମୃତାହତ ଯବାନଙ୍କୁ ହେଲିକପ୍ଟର ସହାୟତାରେ ଚୀନ ନେଉଥିବା ଜଣାପଡିଛି । ଏହି ସୂଚନା ପରେ ହିମାଚଳପ୍ରଦେଶର ଚୀନ ସୀମାରେ ଭାରତୀୟ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଲଦାଖ ସୀମାରେ ମେ’ ୫-୬ ତାରିଖରୁ ଚୀନ ସେନା ସହ ଲାଗିରହିଥିବା ଉତ୍ତେଜନା ସୋମବାର ରାତିରେ ହିଂସାତ୍ମକ ରୁପ ନେଇଥିଲା । ମିଳିଥିବା ସୂଚନା ଅନୁସାରେ ଭାରତୀୟ ଯବାନଙ୍କ ଉପରେ ଲୁହା ରଡ ଓ ପଥରରେ ଆକ୍ରମଣ କରିଛି ପିପୁଲ୍ସ ଲିବରେସନ୍ ଆର୍ମି । ପୂର୍ବ ଲଦାଖ ଓ ଅକ୍ସାଇ ଚୀନକୁ ଭାଗ କରୁଥିବା ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ- ଏଲଏସିର ଗାଲୱାନ ଘାଟି ଅଂଚଳରେ ଏହି ହିଂସାକାଣ୍ଡ ହୋଇଛି । ସୀମା ବିବାଦକୁ ନେଇ ଦୁଇ ଦେଶ ଆଲୋଚନା ଜରିଆରେ ସମାଧାନର ବାଟ ଫିଟାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ସଂଘର୍ଷ ସ୍ଥିତିକୁ ଆହୁରି ଜଟିଳ କରିପକାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ