ଭାରତ ଫେରିବେ ରଘୁରାମ ରାଜନ

ଆଗାମୀ ଦିନରେ ଭାରତରେ କୌଣସି କାମ କରିବାର ସୁଯୋଗ ମିଳିଲେ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର କହିଛନ୍ତି। ବିରୋଧୀଙ୍କ ମହାମେଣ୍ଟ ବିଜୟୀ ହେଲେ ରଘୁରାମ ରାଜନଙ୍କୁ ଅର୍ଥ ମନ୍ତ୍ରୀ କରାଯାଇପାରେ ବୋଲି ଆଲୋଚନା ଚାଲିଥିବାବେଳେ ସେ ଏହି ବୟାନ ଦେଇଛନ୍ତି। ରଘୁରାମ ଏବେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ ସ୍କୁଲ ଅଫ ବିଜନେସରେ ପ୍ରଧ୍ୟାପକ ଭାବେ କାର‌୍ୟ୍ୟ କରୁଛନ୍ତି। ରାଜନ କହିଛନ୍ତି ଯେ ସେ ଯେଉଁଠି ଅଛନ୍ତି ଖୁସୀ ଅଛନ୍ତି। କିନ୍ତୁ ସୁଯୋଗକୁ ଅପେକ୍ଷା କରିଛନ୍ତି। ସୁଯୋଗ ମିଳିଲେ ସେ ଭାରତ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ନିଜ ପୁସ୍ତକ ‘ଥାର୍ଡ ପିଲର’ ଲୋକାର୍ପଣ ଅବସରରେ ରଘୁରାମ ଏହି କଥା କହିଛନ୍ତି।
ପ୍ରକାଶଯୋଗ୍ୟ ଯେ ରାଜନ ୨୦୧୬ ସେପ୍ଟେମ୍ବରରେ ଆରବିଆଇ ଗଭର୍ଣ୍ଣର ପଦ ଛାଡ଼ିଥିଲେ। ସରକାର ତାଙ୍କ କାର‌୍ୟ୍ୟକାଳକୁ ଆଉ ବଢାଇନଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ