ଭାରତ ବନ୍ଦକୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ : ଜାନୁଆରୀ ୮ରେ ଭାରତ ବନ୍ଦର ଡାକରା ଦେଇଛନ୍ତି ଶ୍ରମିକ ସଂଘ । ଯାହାର ପ୍ରଭାବ ଓଡ଼ିଶାରେ ବହୁମାତ୍ରାରେ ପରିଲକ୍ଷିତ ହେବ ବୋଲି ନିଶ୍ଚିତ ହୋଇଯାଇଛି । ଶ୍ରମିକ ସଂଘର ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜୁ ଜନତା ଦଳ ମଧ୍ୟ ସମର୍ଥନ କରିଛି । ବିଜେଡ଼ି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଘୋଷଣା କରିଛନ୍ତି । ଦେଶରେ ଦରଦାମ ବୃଦ୍ଧି ସହ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ସେହିପରି ବେରୋଜଗାରୀ ବି ବଢ଼ିଛି ବୋଲି ସେ କହିଛନ୍ତି । ଦୁଇ ପ୍ରମୁଖ ଦଳ ବନ୍ଦକୁ ସମର୍ଥନ କରିଥିବାରୁ ରାଜ୍ୟରେ ଏହାର ପ୍ରଭାବ ବ୍ୟାପକ ପଡ଼ିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟଯେ, ଆସନ୍ତା ଜାନୁଆରୀ ୮ରେ କେନ୍ଦ୍ରୀୟ ଶ୍ରମିକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନର ଡାକରା ଦିଆଯାଇଛି । ଦେଶର ପ୍ରମୁଖ ୧୦ ଶ୍ରମିକ ସଂଘ ମିଳିତ ଭାବେ ଭାରତ ବନ୍ଦରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ପୂର୍ବରୁ ଏହି ବନ୍ଦ ଡାକରାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀ ଶ୍ରମିକ ସଂଘଗୁଡ଼ିକ ସହ ଆଲୋଚନା କରିଥିଲେ । ତେବେ ଏହା ଫଳପ୍ରଦ ହୋଇନଥିଲା ।


