ଭାରତ ବନ୍ଦକୁ ବିପୁଳ ସମର୍ଥନ

ବନ୍ତ(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବଜାର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଏ.ଆଇ.ଟି.ୟୁ.ସି ଏବଂ ସିପିଆଇ(ଏମ୍‌), ସି.ଆଇ.ଟି.ୟୁ ପକ୍ଷରୁ ଭାରତ ବନ୍ଦ କରାଯାଇଥିବା ବେଳେ ଏହାକୁ ବିପୁଳ ସମର୍ଥନ ମିଳିଥିବାର ଦେଖାଯାଇଥିଲା । ବନ୍ତ ଥାନା ଛକ ଠାରେ ଏ.ଆଇ.ଟି.ୟୁ.ସି ଓ ସିିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, କୃଷକ ନେତା ସୁବାଷ ଚନ୍ଦ୍ର ବେହେରା, ଶ୍ରମିକ ନେତା ରମାକାନ୍ତ ସାହୁ, ନାରୀନେତ୍ରୀ ମାଳତୀ ଜେନା, ସ୍ୱର୍ଣ୍ଣଲତା ଖିଲାର, ନିର୍ମାଣ ଶ୍ରମିକ ସଂଘର ରବିନ୍ଦ୍ର ସେଠୀ, ଜୟନ୍ତ ସାହୁ, ସେକ୍ ଅବଦୁଲ୍ଲା, ସୁଦାମ ଚରଣ ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ସଞ୍ଜୟ ସାମଲ, ରଂଗାଧର କାଣ୍ଡି, ଶ୍ରୀଧର ଜେନା ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ । ଏଥିସହ ୧୬ନଂ.ଜୋନ୍ କଂଗ୍ରେସ ସଭାପତି ନିରଞ୍ଜନ ମଲ୍ଲିକ, ପ୍ରଦେଶ ଛାତ୍ର କଂଗ୍ର୍ରେସ ସଂଯୋଜକ ସାଦ୍ ସିଦ୍ଧିକ୍ ଯୋଗ ଦେଇଥିଲେ । ସେହିପରି ବନ୍ତ କେନ୍ଦୁଆପଦା ଛକ ଠାରେ ସିିପିଆଇ(ଏମ୍‌) ନେତା ରବିନ୍ଦ୍ର ନାୟକ, ଶ୍ରମିକ ନେତା ମହେଶ୍ୱର ନାୟକ, ଯୁବ ଆଇନଜୀବି ପ୍ରତାପ ସେଠୀ, ଯୁବନେତା ଦୀଲିପ ନାୟକ, ବାବୁଲି ଜେନା, ନାରାୟଣ ଲେଙ୍କା, ଦାମୋଦର ଜେନା, ଅଭିମନ୍ୟୁ ସେଠୀ, ଅନନ୍ତ ପୃଷ୍ଟିଙ୍କ ସମେତ ବହୁ ଆଶା, ପାଚିକା, ଅଙ୍ଗନୱାଡି କର୍ମୀ ବନ୍ଦ ପାଳନରେ ଉପସ୍ଥିତ ଥିଲେ । ଉଭୟ ଦଳ ପକ୍ଷରୁ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥକୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅବରୋଧ କରାଯିବା ସହ ବ୍ଲକ, ତହସିଲ, ଜଳସେଚନ ଅଫିସ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଫିସ ସମେତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରାଯାଇଥିଲା । ଆଇନ ଶୃଂଖଳା ରକ୍ଷା ପାଇଁ ବନ୍ତ ଆଇଆଇସି ମିନା ବିନ୍ଧାଣୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ