ଭାରତ ବନ୍ଦକୁ ସଫଳ ପାଇଁ ମିଳିତ ବୈଠକରେ ନିଷ୍ପତ୍ତି

ପୋଲସରା, (ଅନିଲ ମହାରଣା):ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆ ଯାଇଥିବା ୨୭ ତାରିଖ ଭାରତ ବନ୍ଦକୁ ପୋଲସରାରେ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ବୁଧବାର ଦିନ ଏକ ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ରତନୀ ଠାକୁରାଣୀ ମନ୍ଦିର ପରିସରରେ ବରିଷ୍ଠ କୃଷକ ନେତା ଦଣ୍ଡପାଣି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତୀୟ କ୍ଷେତ ମଜଦୁର ୟୁନିୟନ ନେତା ହରି ହର ପାତ୍ର ବନ୍ଦ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଏହା ପରେ ଋଷିକୂଲ୍ୟା ରୟତ ମହାସଭାର ପୋଲସରା ବ୍ଳକ କମିଟି ସଭାପତି ସତ୍ୟବାନ ପ୍ରଧାନ, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ଗଞ୍ଜାମ ଜିଲ୍ଲା କମିଟି ସଭ୍ୟ ନିରଞ୍ଜନ ଶବର ଓ କଂଗ୍ରେସ ନେତା ଭୋବନି ସାହୁ ପ୍ରମୁଖ ବନ୍ଦକୁ ସଫଳ କରିବା ସକାଶେ ନିଜ ନିଜର ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ ନେତା ବିଜୟ ସାମନ୍ତରା, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ପୋଲସରା ବ୍ଳକ ସଭାପତି ପବନା ଶବର, ସମ୍ପାଦକ ରଞ୍ଜନ ଶବର, ଦୁର୍ଯୋଧନ ରାଉତ, ନଗରବାସି ପ୍ରଧାନ, ଲଡୁ ଶବର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ୨୫ ତାରିଖ ଦିନ ବନ୍ଦ ସପକ୍ଷରେ ମୋଟର ସାଇକେଲ ରାଲି କରି ବ୍ୟାପକ ପ୍ରଚାର ଅଭିଯାନ ଚଳାଇବା ପାଇଁ ମଧ୍ୟ ବୈଠକ ରେ ନିଷ୍ପତ୍ତି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ