ଭାରତ ବନ୍ଦର ଅଭୂତପୂର୍ବ ସଫଳତା

ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା): କୃଷକ ବିରୋଧୀ ମଣ୍ଡି ହରଣ ଆଇନ, ଚୁକ୍ତିବଦ୍ଧ/ ଠିକା ଚାଷ ଆଇନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୨୦୨୦କୁ ରଦ୍ଦ କରିବା ଏବଂ ନୂତନ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୁ ପ୍ରତ୍ୟାହାର କରିବା ଦାବିରେ ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ଏବଂ କ୍ରାନ୍ତିକାରୀ କୃଷକ ସଭା ଜଗନ୍ନାଥପ୍ରସାଦ ବ୍ଳକ କମିଟି ନେତୃତ୍ବରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇ ପିକେଟିଂ କରିବା ସହ ସମସ୍ତ ଜନସାଧାରଣ ଅନ୍ନଦାତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଭାରତ ବନ୍ଦରେ ସାମିଲ ହେବା ପାଇଁ ନିବେଦନ କରି ଭାରତ ବନ୍ଦକୁ ଅଭୂତପୂର୍ବ ସଫଳ କରିଥିଲେ । ସଂଯୁକ୍ତ କୃଷକ ମଞ୍ଚ ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ନେତୃତ୍ୱରେ ଲକ୍ଷ ଲକ୍ଷ କୃଷକ ଶୀତ କାକରରେ ୧୨ ଦିନ ଧରି ମୋଦି ସରକାରଙ୍କ କର୍ପୋରେଟ ସପକ୍ଷ କୃଷି ନୀତକୁ ରଦ୍ଦ କରିବା ପାଇଁଁ ସଂଘର୍ଷ କରୁଛନ୍ତି । ସେମାନଙ୍କ ସହିତ ଆମେ ସମସ୍ତେ ଠିଆ ହୋଇ ଅନ୍ନଦାତାର ଋଣ ସୁଝିବା ସହ ମୋଦି ସରକାରଙ୍କ ଏକଛତ୍ରବାଦ ନୀତିକୁ ପ୍ରତିହତ କରି ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ ବନ୍ଦ ସମୟରେ ବକ୍ତବ୍ୟରେ ଆହ୍ବାନ ଦେଇଥିଲେ । ଏହି ବନ୍ଦରେ କ୍ରାନ୍ତିକାରୀ କୃଷକ ସଭାର କାର୍ତ୍ତିକ ପ୍ରଧାନ, ଗିରିଧାରୀ ପ୍ରଧାନ ଆଦି ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ