ଭାରତ ବିକାଶ ପରିଷଦର ପ୍ରାନ୍ତସ୍ତରୀୟ ରାଷ୍ଟ୍ରୀୟ ବୃନ୍ଦଗାନ ପ୍ରତିଯୋଗିତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଆଜି ପୂର୍ବାହ୍ନରେ ଭାରତ ବିକାଶ ପରିଷଦ, ଓଡ଼ିଶା ପ୍ରାନ୍ତର ରାଷ୍ଟ୍ରୀୟ ବୃନ୍ଦଗାନ ପ୍ରତିଯୋଗିତାର ପ୍ରାନ୍ତୀୟ ସଂସ୍କରଣ (ପ୍ରତିଯୋଗିତା) ଭୁବନେଶ୍ୱର ଆ•ର୍ଯ୍ୟ ବିହାରସ୍ଥିତ ଆଇ.ଏମ୍.ଏମ୍.ଟି ପ୍ରେକ୍ଷାଳୟରେ ଆରମ୍ଭ ହୋଇ ଅପରାହ୍ନ ୬ ଘଟିକା ସମୟରେ ସୁ•ରୁରୂପେ ସମ୍ପନ୍ନ ହୋଇଯାଇଛି । ପ୍ରାତଃ ୧୦ ଘଟିକା ସମୟରେ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଭାରତ ଭୂଷଣ ଦାସଙ୍କ ଉପସ୍ଥିତିରେ ଉଦ୍ଘାଟକ ଭାବେ ଗୋପାଳ ପ୍ରସାଦ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ପିଲାମାନେ ଜାତୀୟତାବୋଧରେ ଉଦ୍ବୋଧିତ ହୋଇ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ପ୍ରାନ୍ତସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରାନ୍ତ ଭାରତ ବିକାଶ ପରିଷଦର ବିଭିନ୍ନ ଶାଖାରୁ ୧୫ଟି ଦଳ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୬୦ଜଣ ପ୍ରତିଯୋଗୀ ଏବଂ ସହଯୋଗିମାନେ ଯୋଗଦେଇ ହିନ୍ଦୀ, ସଂସ୍କୃତ ଏବଂ ଓଡ଼ିଆ ପଲ୍ଲିଗୀତ ୩ଟି ଭାଷାରେ ଜାତୀୟତାବୋଧ ସଙ୍ଗୀତ ଗାନ କରି ଅଂଶଗ୍ରହଣ କରିଥିଲେ । ଜାତୀୟ ବୃନ୍ଦଗାନ ପ୍ରତିଯୋଗିତାକୁ ସଂଯୋଜିକା ପ୍ରେମଲତା ଦେବୀ ପରି•ଳନା କରିଥିଲେ । ଅପରାହ୍ନ ୪ ଘଟିକା ସମୟୟରେ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବର୍ତ୍ତମ।।ନର ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପସଭାପତି ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇ ଭାରତ ବିକାଶ ପରିଷଦର ଏପରି ଜାତୀୟତାବାଦୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ପିଲାମାନଙ୍କର ଭାଗିଦାରୀକୁ ଉତ୍ସାହ ପ୍ରଦାନ କରି ସେମାନଙ୍କୁ କର୍ମବୀର ହେବାକୁ ଉପଦେଶ ପ୍ରଦାନ କରିଥିଲେ । ସେମାନଙ୍କର ରାଷ୍ଟ୍ରୀୟ ବୃନ୍ଦଗାନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ଏବଂ ସମସ୍ତଙ୍କୁ ଜାତୀୟତାବାଦର ଉନ୍ମାଦରେ ଆମୋଦିତ କରିଥିଲା ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ‘ଓଡ଼ିରେ’ ଇଣ୍ଡଷ୍ଟ୍ରିଜର ମୁଖ୍ୟ ପରି•ଳକ ଦେବେନ ରାଏ, ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଭରତଭୂଷଣ ଦାସ, ରାଷ୍ଟ୍ରୀୟ ଉପସଭାପତି ସଚ୍ଚିଦାନନ୍ଦ ପଣ୍ଡା, ରାଷ୍ଟ୍ରୀୟ ସଚିବ ଗୀତା ପଟ୍ଟନାୟକ କ୍ଷତ୍ରୀୟ ସମ୍ପର୍କ ସଚିବ ଜଗତ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଜାତୀୟତାବୋଧ ଉଦ୍ରେକ ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ଏବଂ ଏହାଦ୍ୱାରା ଭବିଷ୍ୟତରେ ପିଲାମାନେ ଦେଶପ୍ରେମୀ ହେବା ସହ ଦେଶ ସେବାରେ ନିଜକୁ ନିୟୋଜିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଓଡି଼ଶା ପ୍ରାନ୍ତର ସଭାପତି ଶୁଭାଷିଶ କର ଅଧ୍ୟକ୍ଷତା କରିବା ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ପ୍ରାନ୍ତୀୟ ଅର୍ଥ ସଚିବ ଶ୍ରୀଧର ସାହୁ ଏବଂ ସଂଗଠନ ସମ୍ପାଦକ ପ୍ରଦୀପ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଚନ୍ଦ୍ରଶେଖରପୁର ଶାଖାର ସଭାପତି ସଚ୍ଚିଦାନନ୍ଦ ନାୟକ, ମନୋରଞ୍ଜନ ଦାସ, ସୁବାଷ ଚନ୍ଦ୍ର ମହାନ୍ତି, ସୁଲେଖା ମିଶ୍ର ଏବଂ ସୁପିି୍ରୟା ରଥ ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା । ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ସର୍ବଶ୍ରୀ ମନୋରଞ୍ଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁ, ଗୋପାଳ ଦାସ, କାଳୀଚରଣ ପଟ୍ଟନାୟକ, ଦିଲ୍ଲୀପ ତ୍ରିପାଠୀ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ମୁରଲୀଧର ଦାସ, ପଦ୍ମନାଭ ପଣ୍ଡା, ସତ୍ୟବାଦୀ ଦାଶ, ନକୁଳ ସ୍ୱାଇଁ, ସୌମେନ୍ଦ୍ର ଦାସ, ପ୍ରତାପ କେଶରୀ ନାୟକ, ଶ୍ରୀମତୀ ମଧୁସ୍ମିତା ମହାନ୍ତି, ଅପର୍ଣ୍ଣା ସ୍ୱାଇଁ, ଅମିୟବାଳା କାନୁନ୍ଗୋ, ସୁଲେଖା ମିଶ୍ର, ଅପର୍ଣ୍ଣା ଦାସ ପ୍ରମୁଖ ତଥା ଭୁବନେଶ୍ୱରର ସମସ୍ତ ୫ଟି ଶାଖାର ସକ୍ରିୟ ସହଯୋଗରେ ସମାପନ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ପ୍ରାନ୍ତସ୍ତରୀୟ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତାରେ ସଂସ୍କୃତ ବିଭାଗରେ ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-୧ମ, ଡ଼ିଏଭି ଚନ୍ଦ୍ରଶେଖରପୁର-୨ୟ ଏବଂ ଦିଲ୍ଲୀ ପବ୍ଲିକ ସ୍କୁଲ୍ କଳିଙ୍ଗ, ଫୁଲନଖର।।-୩ୟ ସ୍ଥାନ, ହିନ୍ଦୀ ବିଭାଗରେ ଡ଼ିଏଭି ଚନ୍ଦ୍ରଶେଖର-୧ମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍-୮-୨ୟ ଏବଂ ଡ଼ିପିଏସ୍ କଳିଙ୍ଗ, ଫୁଲନଖରା-୩ୟ ଏବଂ ପଲ୍ଳୀଗୀତ ବିଭାଗରେ ଡ଼ିପିଏସ୍ ପାରାଦ୍ୱୀପ-୧ମ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ୟୁନିଟ୍-୮-୨ୟ ଏବଂ ଡ଼ିଏଭି ଚନ୍ଦ୍ରଶେଖରପୁର ୩ୟ ସ୍ଥାନ ଅଧିକାର କରିଥିବା ବେଳେ ସର୍ବୋଚ୍ଚ ଭାବେ ଡ଼ିଏଭି ପବ୍ଲିକ ସ୍କୁଲ୍, ଚନ୍ଦ୍ରଶେଖରପୁ ଭୁବନେଶ୍ୱର ୨୦୧୯ ପ୍ରାନ୍ତୀୟ ବୃନ୍ଦଗାନ ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ଆସନ୍ତା ନଭେମ୍ବର ମାସରେ କଲିକତାରେ ଅନୁଷ୍ଠିତ ‘କ୍ଷତ୍ରୀୟ ଜାତୀୟ ବୃନ୍ଦଗାନ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।