ଭାରତ ବିକାଶ ପରିଷଦର ପ୍ରାନ୍ତୀୟ ମହିଳା ସହଭାଗିତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଭାରତ ବିକାଶ ପରିଷଦ ଓଡ଼ିଶା ପ୍ରାନ୍ତ ତରଫରୁ ସ୍ଥାନୀୟ ରେଡ଼କ୍ରସ ଭବନଠାରେ ରବିବାର ୯ ଘଟିକା ସମୟରେ ଏକ ପ୍ରାନ୍ତୀୟ ମହିଳା ସହଭାଗିତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା । ନାରୀ ଶିକ୍ଷା ଓ ସଚେତନତା ମାଧ୍ୟମରେ ମହିଳାମାନଙ୍କୁ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇପାରିବା ସହ ମହିଳା ସଶକ୍ତିକରଣ କରାଯାଇପାରିବ, ସେ ସମ୍ବନ୍ଧରେ ଆମ ରାଜ୍ୟର ଅନ୍ୟାନ୍ୟ ଶାଖାରୁ ଆସିଥିବା ମହିଳାମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମାଜକୁ ସେମାନଙ୍କର ବର୍ତ୍ତା ପ୍ରେରଣ କରିଥିବା ବେଳେ ଶାଖାର ମହିଳା ସଂଯୋଜିକାମାନେ ତାଙ୍କର ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ, ଆଇନ୍‌ଜୀବୀ ତଥା ମା’ଘରର ପ୍ରତିଷ୍ଠାତ୍ରୀ ଋତୁପର୍ଣ୍ଣା ମହାନ୍ତି ଯୋଗଦେଇ ଆଜିର ସମାଜରେ ନାରୀର କର୍ତ୍ତବ୍ୟ ଓ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ପଣ୍ଡା ମହିଳା ସହଭାଗିତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିବା ବେଳେ ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ଗୀତା ପଟ୍ଟନାୟକ ପର୍ଯ୍ୟବେକ୍ଷିକା ହିସାବରେ କାର୍ଯ୍ୟକ୍ରମ ଉପରେ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ପ୍ରାନ୍ତ ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, କ୍ଷେତ୍ରୀୟ ସଚିବ ସଙ୍ଗୀତା ଦାଶ ମହିଳାମାନଙ୍କ ଭୂମିକା ଉପରେ ନିଜ ନିଜର ମତାମତ ରଖିଥିଲେ । ପ୍ରାନ୍ତୀୟ ସଂଯୋଜିକା ଶ୍ରୀମତୀ ସରୋଜିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜକ ଶାଖା ହିସାବରେ ଭୁବନେଶ୍ୱର ଉତ୍ତର ଶାଖାର ସଭାପତି ଶ୍ରୀମତୀ ବୀଣାପାଣି ସାହୁ ସ୍ୱାଗତ ଭାଷଣ ଓ ସମ୍ପାଦକ ନୀଳମଣି କର, ପ୍ରାକ୍ତନ ଅର୍ଥ ସଚିବ ଶ୍ରୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତି, ଗଗନ ବିହାରୀ ଚୟନି, ପ୍ରକାଶ ଚନ୍ଦ୍ର ମହାନ୍ତି, ଚକ୍ରଧର ତ୍ରିପାଠୀ, ଜଗତମୋହନ ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି, ଶ୍ରୀ ପଦ୍ମାଳୟା ଗରାବଡ଼ୁ, ପ୍ରେମଲତା ଦେବୀ, ତନୁଜା ନନ୍ଦ, ପୂର୍ଣ୍ଣବାସୀ ଦେବୀ, ସବିତା ମିଶ୍ର, ଶାନ୍ତିପ୍ରଭା ଦାସ ଏବଂ ସୁଶ୍ରୀ ବିଜୟଲକ୍ଷ୍ମୀ ସାହୁ ଓ ମଞ୍ଜୁଳା ତ୍ରିପାଠୀ ତଥା ଅର୍ଥ ସଚିବ ମଧୁସୂଦନ ଜେନା, ସଂଯୋଜିକା ରେବତୀ ଦାଶଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିôଲା । ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ଭୁବନେଶ୍ୱରର କେନ୍ଦ୍ରୀୟ ଶାଖାର ମହିଳାମାନେ ନାଟକ ମାଧ୍ୟମରେ ଶିକ୍ଷା ଓ ଜାତୀୟତାବୋଧ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ ଏବଂ ଉତ୍ତର ଶାଖା ତରଫରୁ ଭାରତ ବିକାଶ ପରିଷଦର ସମ୍ପର୍କ ଓ ସହଯୋଗ ପ୍ରମୁଖ ୫ଟି ନୀତିକୁ ନାଟ୍ୟ ମାଧ୍ୟମରେ ଅତି ଚମତ୍କାର ଭାବେ ପରିବେଷଣ କରିବା ସହ ଚନ୍ଦ୍ରଶେଖରପୁର ଶାଖା ଶଙ୍ଖ, ହୁଳହୁଳି ଏବଂ ଜାତୀୟତାବୋଧ ସଙ୍ଗୀତରେ ମଞ୍ଚ ପ୍ରକମ୍ପିତ କରିଥିଲେ । ନୟାଗଡ଼ ଶାଖାର ସଂସ୍କୃତି ସମ୍ପନ୍ନ ତଥା ଜାତୀୟବୋଧ ଗୀତ ପରିବେଷଣ କରିଥିଲେ ଏବଂ ପୁରୀ ଶାଖାର ମହିଳମାନେ ପିଲାମାନଙ୍କ ଚାଲିଚଳଣ, କଥାବାର୍ତ୍ତା ଏବଂ ଚରିତ୍ର ଗଠନ ପାଇଁ ଉପଯୁକ୍ତ ଶିକ୍ଷା ପ୍ରଦାନର ମାଧ୍ୟମକୁ ମଞ୍ଚ ପ୍ରଦର୍ଶନ ମାଧ୍ୟମରେ ବର୍ଣ୍ଣନା କରିଥିଲେ । ବାଣୀବିହାର ଶାଖାର ମହିଳାକର୍ମକର୍ତ୍ତାମାନେ ଓଡ଼ିଆ ଘରର ବିଭିନ୍ନ ପିଠାପଣା ପ୍ରସ୍ତୁତ କରି ପ୍ରଦର୍ଶନ କରିବା ଉପସ୍ଥିତ ଜନତାଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଏହି ଅବସରରେ ଶ୍ରୀମତୀ ବିଦୁଲତା ସ୍ୱାଇଁ ଏବଂ ଯମେଶ୍ୱର ସ୍ୱାଇଁଙ୍କ ସଂଗୃହିତ ‘ଆସ ଶୁଣିବା ମହାପୁରୁଷଙ୍କ ମହତ୍‌ବାଣୀ’ ପୁସ୍ତକର ଉନ୍ମୋଚିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ