ଭାରତ ବିଭାଜନ : ଏହା ଏକ ଅନିର୍ବାର୍ଯ୍ୟ ଥିଲା କି ?
ଭାଗ-୧
ମୂଳଲେଖା : କୁଳଦୀପ ନାୟାର
ଭାଷାନ୍ତର : ବିପିନ ବିହାରୀ ମହାନ୍ତି
ବିଭାଜନ କାହିଁକି ? ଏହା ଅନିର୍ବାର୍ଯ୍ୟ ଥିଲା କି ? ଏବେ ବି ଇଂରେଜ ଭାରତ ଛାଡ଼ିବାର ଦୀର୍ଗ ୫୦ ବର୍ଷ ପରେ (ବର୍ତ୍ତମାନକୁ ୭୦ବର୍ଷ) ଏ ପ୍ରଶ୍ନର ଉତ୍ତରଦେବା ବଡ଼ କଠିନ ଅଥଚ ଭାରତ ଓ ପାକିସ୍ଥାନ ନାମରେ ଭାରତକୁ ଦୁଇଭାଗ କରି ସେମାନେ ଚାଲିଗଲେ । ଅବଶ୍ୟ ୧୯୪୬ର କ୍ୟାବିନେଟ୍ ମିଶନ ପ୍ଲାନ୍ ଚାହିଥିଲେ ଏ ବିଭାଜନକୁ ରୋକି ପାରିଥାନ୍ତେ । ଆଗରୁ ହିନ୍ଦୁ ଓ ମୁସଲମାନମାନଙ୍କୁ ସେଣ୍ଟ୍ରାଲ୍ କ୍ୟାବିନେଟ୍ ଗୋଟିଏ ଗୋଟିଏ ଦଳ ବୋଲି ଜାଣିଥିଲା ଏବଂ ସେତେବେଳେ ଭାରତକୁ ଦୁଇଟି ଜୋନ୍ରେ ବିଭକ୍ତ କରି ସେମାନଙ୍କୁ ବୈଦେଶିକ, ସାମରିକ ଏବଂ ଯୋଗାଯୋଗ ବ୍ୟତୀତ ସମସ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି କଲା । ଏ ଯୋଜନାକୁ କଂଗ୍ରେସ୍ ବରଖାସ୍ତ କଲା ।
ଯେତେବେଳେ ଭାରତ ବିଭାଜନର ପ୍ରଶ୍ନ ବାସ୍ତବରେ ପରିଣତ ହେବାକୁ ଗଲା ସେତେବେଳେ ମହମ୍ମଦ ଅଲିଜିନ୍ନା, ଯିଏକି ପାକିସ୍ଥାନର ଦାବୀଦାରଥିଲେ, ଏକ ସାଧାରଣ ସରକାର ବା ଅଖଣ୍ଡ ଭାରତ ପ୍ରତି ରାଜି ହୋଇପାରିଥାନ୍ତେ, ଏକଥା ଭାରତର ଶେଷ ଗଭର୍ଣ୍ଣର ଜେନେରାଲ୍ ଲର୍ଡ଼ ମାଉଣ୍ଟ୍ବ୍ୟାଟେନ୍ ମୋତେ ଏକ ସାକ୍ଷାତକାରରେ ଜାନୁୟାରୀ ୧୯୭୨ରେ କହିଥିଲେ । ଅବଶ୍ୟ ବିଭାଜନ ସଂପର୍କୀୟ ଆନୁଷଙ୍ଗିକ, ଆଲୋଚନା ସେ ପ୍ରଥମେ ପଣ୍ଡିତ ନେହୁରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ସହିତ କରିସାରିଥିଲେ ତାପରେ ସେ ମହମ୍ମଦ ଅଲିଜିନ୍ନାଙ୍କୁ ଏକ ଆଲୋଚନା ପାଇଁ ଡ଼ାକିଥିଲେ ।
“ମୁଁ ଏକ ଅବିଭକ୍ତ ଭାରତ ପାଇଁ ଚେଷ୍ଟା କରୁଥିଲି”, କହିଲେ ମାଉନ୍ଣଟ୍ ବ୍ୟାଟେନ୍ । ଏଥିକୁ ଜିନ୍ନା ଉତ୍ତରଦେଲେ ଯେ, ଅବିଭକ୍ତ ଭାରତ ରହିବା ଦ୍ୱାରା ସେ ଯେତିକି ଆନନ୍ଦ ପାଇବେ, ଆଉ ତା’ଠୁ ଅଧିକ ସେ କେଉଁଥିରୁ ପାଇ ପାରିବେ ନାହିଁ । ତେବେ ତାଙ୍କ ପ୍ରତି ହିନ୍ଦୁମାନଙ୍କର ଯେଉଁ ଆଚରଣ ବା ବ୍ୟବହାର, ତାହା ଭାରତ ସହିତ ଏକତ୍ର ରହିବା ମୁସଲମାନଙ୍କ ପକ୍ଷେ ସମ୍ଭବ ନୁହେଁ । ମୁସଲ୍ମାନଙ୍କ ପ୍ରତି ହିନ୍ଦୁମାନଙ୍କ ଆଚରଣ କ’ଣ ଥାଉବା ନଥାଉ, ଗୋଟାଏ ବଡ଼ କଥା ହେଲା ସେମାନେ ତାଙ୍କର ଭବିଷ୍ୟତ ନେଇ ସେ ସମୟରେ ପ୍ରବଳ ଆଗ୍ରହୀ ଥିଲେ । ସେମାନେ ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟାରେ ଥିଲେ, ସେଠି ସେମାନଙ୍କର ହିନ୍ଦୁମାନଙ୍କଠାରୁ କିଛି ଭୟଭ୍ରାନ୍ତି ନଥିଲା । କିନ୍ତୁ ଭାରତରେ ସେମାନେ ସଂଖ୍ୟାଲଘୁ ଥିବାରୁ ହିନ୍ଦୁଙ୍କଠାରୁ ନାନା ହଇରାଣ ହରକତ ଆଶା କରୁଥିଲେ । ଏହି କାରଣରୁ ସ୍ୱାଧୀନ ଭାରତରେ ତାଙ୍କ ସ୍ଥାନ ବା ସ୍ଥିତାବସ୍ଥା ନିରାପଦ ମଣୁନଥିଲେ ।
“ଆପଣ କ’ଣ ବିଭାଜନ ନେଇ ଦୁଃଖିତ କି ?” ପଚାରିଲେ ମାଉଣ୍ଟବ୍ୟାଟେନ୍ । “ହଁ, କିନ୍ତୁ ମୁଁ ନିରୁପାୟ:ଯଦି ମାଉଣ୍ଟବ୍ୟାଟେନ୍ ୱେଭଓଏଲ, ପୂର୍ବତନ ଭାରତର ଭାଇସରାୟଙ୍କ ପୁର୍ବରୁ ଆସିଥାଆନ୍ତ, ମୁଁ ଭାରତକୁ ଏକତା ସୂତ୍ରରେ ବାନ୍ଧିରଖିବାରେ କୃତକାର୍ଯ୍ୟ ହୋଇପାରିଥାଆନ୍ତି”, ସେକହିଲେ, “କିନ୍ତୁ…. ।”
୧୯୩୭ରେ ଏବିଭାଜନ ଏଡ଼ାଇବାରେ ଏକ ସମ୍ଭାବ୍ୟ ସୁଯୋଗଥିଲା, ଅବଶ୍ୟ ଏହାର ଠିକ୍ ତିନିବର୍ଷ ପୂର୍ବରୁ ଲାହୋରରେ ଏନେଇ ଏକ ପ୍ରସ୍ତାବ ଗୃହୀତ ହୋଇଯାଇଥିଲା । ମୁଁ ଏକଥା କହୁଛି ଏଥିପାଇଁ ଯେ ମୁଁ “ଟ।।ଇମସ୍, ଲଣ୍ଡନ”ର କରସ୍ପଣ୍ଡାଣ୍ଟସ୍ ଲୁଇସ ହେରେନଙ୍କ ସହ ଏନେଇ ଆଲେଚନା କରିଥିଲି, ବିଶେଷ କରି ଏଇ ବିଭାଜନ ବେଳାରେ କଥା ହୋଇଥିଲି ।
ସେ ଉଦ୍ଧୃତ କରିଥିଲେ ଯେ ଜିନ୍ନାଙ୍କ ମତରେ ନେହୁରୁ ଏ ବିଭାଜନପାଇଁ ଦାୟୀ । ସେ ଯଦି ଇଉପି କଗ୍ରେସ ସରକାରେ ୧୯୩୭ରେ ମୁସଲିମ୍ ଲିଗ୍ ସଦସ୍ୟଙ୍କୁ ସାମିଲ୍କରିଥାଆନ୍ତେ, ତେବେ ପାକିସ୍ଥାନର ପ୍ରଶ୍ନ ଉଠିନଥାନ୍ତା ।
ହେରେନଙ୍କ ସହିତ ଜିନ୍ନାଙ୍କର ଏକ ଆଳାପ ନେଇ, ହେରେନ୍ ମୋତେ ଏକ ଚିଠି ଲେଖିଥିଲେ । “ମୋର ମନେ ପଡ଼ୁଛି ଯେ, ଆମେ (ଜିନ୍ନା ଓ ହେରେନ୍) ଏକ ସଂଧ୍ୟାରେ ଏକାଠି ମିଶିଥିଲୁ ଯେତେବେଳେ ସେ ପାକିସ୍ଥାନର ସୃଷ୍ଟି ଏବଂ ଏହାର ରାଜନୈତିକ ଆବଶ୍ୟକତାକୁ କେନ୍ଦ୍ରକରି ଆଲୋଚନା କରିଥିଲେ । ସେ କହିଥିଲେ ଯେ ଭାରତୀୟ ଉପମହାଦେଶର ବିଭାଜନ ନେଇ ମୁଁ ଦୁଃଖିତ । ମୁଁ ମଧ୍ୟ ଭାରତର ପୁରାତନ ସୈନ୍ୟ ଓ ଆଇ.ସି.ଏସ୍ ବିଭକ୍ତ କରଣ ନେଇ ମର୍ମାହତ ।” ସେ ଏକଥା ଆଶ୍ଚର୍ଯ୍ୟ ଜନକ ଭାବେ ସ୍ୱୀକାର କଲେ ଏବଂ ଶେଷରେ ବିଭାଜନ ପାଇଁ ନେହୁରୁଙ୍କୁ ଦୋଷୀ ବୋଲି ଦାୟୀ କଲେ । ଏକଥା ସେ ତାଙ୍କୁ ଲଣ୍ଡନରେ ସାକ୍ଷାତ୍ ବେଳେ କହିଥିଲେ ।
ଜିନ୍ନାଙ୍କ ନେହୁରୁଙ୍କୁ ଦୋଷାରୋପ :
ଜିନ୍ନା ଭାରତ ବିଭାଜନର କାରଣ ତାଙ୍କଠୁ ଓହ୍ନାଇ ଦେବାକୁ ଚାହୁଁଥିଲେ । ଏଥିପାଇଁ ନେହେରୁଙ୍କୁ ସେ ଦୋଷାଭିଯୁକ୍ତକରି ଚାଲିଥିଲେ । ଏକଥା ଯିଏ କେହି ଅନୁମାନ କରି ପାରିବେ ଯେ କିଏ କ’ଣ କରୁଥିଲେ । ଇଉପି ଇଉନାଇତେଟତ ପ୍ରୋଭିନସ୍ କ୍ୟାବିନେଟ୍ରେ ମୁସଲିମ୍ ଲିଗ୍ ପାଇଁ ଜିନ୍ନା ଦୁଇଟି ଆସନପାଇଁ ଦାବୀ କରୁଥିଲେ, କିନ୍ତୁ ନେହୁରୁ ତାହା କରାଇ ଦେଲେ ନାହିଁ । ଅବଶ୍ୟ ଏଇଟା ସେମିତି ମନେହୁଏ ନାହିଁ, କେବଳ ସେତେବେଳର ସ୍ଥିତିକୁ ନେଇ ଏହା ଏକ ମନବୁଝା କୈପଂୟତି ହୋଇପାରେ ।
୧୯୩୭ ରେ ସାଂପ୍ରଦାୟିକ ନିର୍ବାଚନ ପଦ୍ଧତିରେ ନିର୍ବାଚନ କରାଯାଇଥିଲା । ଏହାର ଅର୍ଥଥିଲା ମୁସଲିମ୍ଙ୍କ ଭୋଟ ଜଣେ ମୁସଲ୍ମାନ ଓ ହିନ୍ଦୁଙ୍କ ଭୋଟ ଜଣେ ହିନ୍ଦୁପାଇଁ ଥିଲା । ସମଗ୍ର ଭାରତରେ ୧୪୪ ଆସନରୁ ମୁସଲିମ୍ ଲିଗ୍ କେବଳ ଇଉପିରେ ୩୬ଟି ଆସନରୁ ୨୯ଟି ଆସନରେ ଆସିଥିଲା । ଏହା ଏକ ଖୋଲା ଅଥଚ ଗୋପନ ସତ୍ୟଥିଲା ଯେ, କଂଗ୍ରେସ ଓ ଲିଗ୍ ମଧ୍ୟରେ ଏଥିପୂର୍ବରୁ କିଛି ଭିତରି ବୁଝାବଣା ଥିଲା । ଏଣୁ ଆଶାଥିଲା ଯେ ଲିଗ୍ର ଦୁଇଜଣ ସଦସ୍ୟ ସରକାରରେ ଯୋଗ ଦେବେ ।
କଂଗ୍ରେସ ନେତାମାନେ ଏସୁଯୋଗର ଫାଇଦା ଉଠାଇବା ପାଇଁ ଯାଇ କହିଲେ ଯେ ଯେହେତୁ ଲିଗ୍ ଏକମାତ୍ର ଦଳ, କଂଗ୍ରେସ ବ୍ୟତୀତ, ସେ କଂଗେସ ସହ ସଂପୂର୍ଣ୍ଣ ମିଶିଯାଉ । କିନ୍ତୁ ରାଜ୍ୟ ମୁସଲିମ୍ ଲିଗ୍ ଜଣାଇ ଦେଲାଯେ ସେମାନେ ସରକାରଙ୍କର ଯାବତୀୟ ଯୋଜନାରେ ସହଯୋଗ କରିବେ, ମାତ୍ର ଭିନ୍ନ ଦଳ ହିସାବରେ ଅଲଗା ବସିବେ । କିନ୍ତୁ ସଂଯୁକ୍ତ ମନ୍ତ୍ରୀମଣ୍ଡଳରେ ତାଙ୍କୁ ଦୁଇଟି ଆସନ ଦିଆଯାଉ ।
ନେହୁରୁ ସିଧାସିଧା ଏପ୍ରକାର ସାଂପ୍ରଦାୟିକ ଆଦର୍ଶବାଦକୁ ପ୍ରତ୍ୟାଖ୍ୟାନ କଲେ । ଏ ପ୍ରକାର ଭିନ୍ନ ସଂଗଠନ ପ୍ରତି ଯାହାକି ଧର୍ମଉପରେ ପର୍ଯ୍ୟବେଶିତ ବିଧାନ ବିରୋଧି ଥିଲା । ସେ ତାକୁ କୁଠାରାଘାତ କଲେ । ସେ କ୍ୟାବିନେଟ୍ରେ ଗୋଟିଏ ଆସନ ଦେବାକୁ ରାଜି ହେଲେ ଗୋଟିଏ ସର୍ତ୍ତରେ ଯେ ସେମାନେ ଏକ ଭିନ୍ନ ଦଳ ହିସାବରେ ବିଧାନ ସଭାରେ ଅଲଗା ବସି ପାରିବେ ନାହିଁ ।
ଏପ୍ରସ୍ଥାବ ଲିଗ୍ନେତାଙ୍କ ପାଇଁ ଗ୍ରହଣ ଯୋଗ୍ୟ ହେଲା ନାହିଁ ଏବଂ ତାଙ୍କ ଦଳ ବିପରୀତ ଆସନରେ ବସିଲେ । ଅବଦୁଲ୍ କାଲାମ୍ ଆଜାଦ୍ ଜଣେ କଂଗ୍ରେସୀ ମୁସ୍ଲିମ୍ ନେତା, ତାଙ୍କ ପୁସ୍ତକ ‘ଇଣ୍ଡିଆ ଉଇନସ୍ ଫ୍ରିଡ଼ମ୍)ରେ ଦୁଃଖର ସହ ଦର୍ଶାଇଛନ୍ତି ଯେ ଇଉପିରେ ନେହୁରୁଙ୍କ କାର୍ଯ୍ୟ କଳାପ ଲିଗ୍ ପ୍ରତି ସେଠି ଏକ ନୂଆ ପଟ୍ଟା ବା ଲିଗ୍ ଦେଲା ।” ସେ ପୁଣି ପରେ ଅଭିଯୋଗ କରିଛନ୍ତି ଯେ:ପୁରୁଷୋତ୍ତମ ଦାସ ଟଣ୍ଡନ, ଜଣେ ପ୍ରବଳ ହିନ୍ଦୁଜାତୀୟ ବାଦୀ, ଏ ସବୁର ଏକ ମୁଖ୍ୟ ନେତୃତ୍ୱ ଦେଇଥାଆନ୍ତି ଯିଏକି ନେହୁରୁଙ୍କୁ ବିଚାରଧାରାକୁ ଉତ୍ସାହିତ ଓ ପ୍ରେରଣା ଯୋଗାଉଥିଲେ । ଏମିତିକି ମହାତ୍ମାଗାନ୍ଧୀ ମଧ୍ୟ ଏଥିକୁ କିଛି କଲେ ନାହିଁ ଅର୍ଥାତ୍ ସେ ନୀରବୀ ଗଲେ ।
୧୯୩୭: ଏକ ନିର୍ଣ୍ଣାୟକ ବର୍ଷ ।
ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ୧୯୩୭ରେ ହିନ୍ଦୁ ଓ ମୁସଲମାନ ସଂପର୍କର ଏକ ନିର୍ଣ୍ଣାୟକ ବର୍ଷ ଥିଲା । ଯେଉଁ ବିଭେଦତା ପୂର୍ବରୁ ଦ୍ୱେଷ ଅସହିଷ୍ଣୁତା ଏବଂ ସାମାଜିକ ଦୃଷ୍ଟିଭଙ୍ଗୀରେ ଏ ଦୁଇ ସଂପ୍ରଦାୟ ମଧ୍ୟରେ ଭିନ୍ନଥିଲା, ତାହା ଏବେ ସ୍ୱତନ୍ତ୍ର ଅନୁଷ୍ଠାନ ରୂପେ କାର୍ଯ୍ୟକଲେ । ଜିନ୍ନା ଏହାର ପୁରା ଫାଇଦା ନେଲେ ଏବଂ ବିଭାଜନର ନିଆଁ ସର୍ବତ୍ର ପ୍ରଜ୍ୱଳନ କଲେ ।
ଏମିତିରେ ଉତ୍ତରପ୍ରଦେଶ ହେଲା ପାକିସ୍ଥାନର ଜନ୍ମସ୍ଥଳୀ ବା ଜନ୍ମ ଜାତକ । ବୋଧହୁଏ ପରେ ଆଜାଦ୍ ଯୁକ୍ତି କରିଥିଲେ, “ଇଉପି ଲିଗ୍ର ସହଯୋଗକୁ ଯଦି ଗ୍ରହଣ କରାଯାଇଥା’ନ୍ତା, ତେବେ ମୁସଲିମ୍ ଦଳ କଂଗ୍ରେସ ସହିତ ସବୁ ଦୃଷ୍ଟିରୁ ନିଶ୍ଚିତ ଭାବେ ସମିଶ୍ରଣ ହୋଇ ଯାଇଥାଆନ୍ତା ।
କିନ୍ତୁ ନେହୁରୁ କ’ଣ କରିପାରିଥାଆନ୍ତେ ଯେତେବେଳେ ଜଣେ ଇଉପି ଲିଗ୍ନେତା ଖଲି କ୍ୱାଜମାନ କଂଗ୍ରେସ୍ ଆଲୋଚନା ସଭାରେ ପ୍ରସ୍ତାବ ଦେଲେ ଯେ, ମୁସଲିମ୍ ପାର୍ଟି ନେତାମାନେ ଇଉପିରେ ସ୍ୱାଧୀନ ଭାବରେ ସ୍ୱଇଚ୍ଛାରେ ତାଙ୍କ ବିବେକ ଅନୁଯାୟୀ ସାଂପ୍ରଦାୟିକ ଘଟଣାରେ ଭୋଟ ଦିଅନ୍ତୁ । ସାଂପ୍ରଦାୟିକ ଘଟଣା (କମ୍ୟୁନାଲ୍ ମ୍ୟାଟରସ୍) ମାନେ କ’ଣ ? ନେହୁରୁ କେଇ ସପ୍ତାହ ପରେ ଜୁନ୍ ୨୭,୧୯୩୭ ଦିନ ଖଲିକ୍ୱଜମାନଙ୍କୁ ବୁଝାଇଦେଲେ ଯେ, ଯେହେତୁ ସେ ଜାଣି ଜାଣି ଅତୀତକୁ ବାଦ୍ ଦେଇ ନାହାନ୍ତି ଏବଂ ଭବିଷ୍ୟତକୁ ଦୃଷ୍ଟି ରଖିଛନ୍ତି, ଅନେକ ନୀତି ଯାହା ସେ ପୋଷଣ କରିଛନ୍ତି, ଯାହାର ଫଳ ଯାହା ହେଉନା କାହିଁକି, ଯାହା ତାଙ୍କ କାର୍ଯ୍ୟକଳାପରୁ ପ୍ରମାଣିତ ହେବ, ସେଥିପାଇଁ ତାଙ୍କୁ ଜୀବନରେ ବହୁ ଜଞ୍ଜାଳ ମୁଣ୍ଡାଇ ଚାଲିବାକୁ ହେବ, ସେ କଥା ସେ ଜାଣନ୍ତି ଏବଂ ସେଥିପାଇଁ ସେ କେତେକ ନୀତି ଉପରେ ଚାଲିବାକୁ ବଦ୍ଧ ପରିକର ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮
କ୍ରମଶଃ