ଭାରତ ବିଭାଜନ : ଏହା ଏକ ଅନିର୍ବାର୍ଯ୍ୟ ଥିଲା କି ?
ଭାଗ-୨
ମୂଳଲେଖା : କୁଳଦୀପ ନାୟାର
ଭାଷାନ୍ତର : ବିପିନ ବିହାରୀ ମହାନ୍ତି
୧୯୫୯ ରେ ଯେତେବେଳେ ଆଜାଦ୍ଙ୍କ ବହିରୁ ସେ ଜାଣିପାରିଲେ ଯେ ମୁସଲିମ୍ ଲିଗ୍କୁ ସେ ନୂଆ ଜୀବନର ପଟ୍ଟା ଦେଇଛନ୍ତି ବୋଲି ଆଜାଦ୍ କୁହନ୍ତି ଏବଂ ସେଥିପାଇଁ ସେ ତାଙ୍କୁ ଦୋଷଦେଇଛନ୍ତି, ସେ ବୁଝାଇ ଦେଲେ ଯେ ସେ ଇଉପିରେ ଜମିଜୁମା ସଂକ୍ରାନ୍ତୀୟ ସଂସ୍କାର ଆଣିବାକୁ ଚାହୁଁଥିଲେ । ସେଥିପାଇଁ ନୂତନ ନିୟମ ପ୍ରଣୟନ ଆବଶ୍ୟକତା ଥିଲା । ଅଥଚ ମୁସଲିମ୍ ଲିଗ୍ ପ୍ରତିକୂଳ ମନ୍ତବ୍ୟ ଦେଇ ଚାହୁଥିଲେ ଯେ ସେମାନଙ୍କ ସଦସ୍ୟତା ଦ୍ୱାରା କବ୍ୟାବିନେଟ୍ରେ କିଛି ବଡ଼ଜମିଦାର ଯୋଗ ଦିଅନ୍ତୁ ।
ଲିଗ୍ର ପ୍ରସ୍ତାବକୁ ପ୍ରତ୍ୟାଖାନ କଲାପରେ ନେହୁରୁ ଘୋଷଣା କଲେ ଯେ, କେବଳ ଭାରତରେ ଦୁଇଟି ଶକ୍ତି ବିଚାରକୁ ନିଆଯିବ:ବ୍ରିଟିଶ ରାଜ ଏବଂ କଂଗ୍ରେସ । ଜିନ୍ନା ଏହାକୁ ପ୍ରତିବାଦ କରି କହିଲେ ଯେ ଆଉ ଏକ ତୃତୀୟ ଶକ୍ତି ଅଛି : ମୁସଲିମ୍ ଲିଗ୍ । ସେ କେତେଦୂର ସତ୍ୟ ଥିଲେ ?
ମୁସଲିମ୍ ଲିଗ୍ର ପୋତପ୍ରତି ପବନ ବହିବାରେ ବ୍ରିଟିଶ୍ ସାହାଯ୍ୟ କଲା । ଲଣ୍ଡନରେ ଉଭୟ ଦଳର ପ୍ରତିନିଧିମାନଙ୍କୁ ନେଇ ବାରମ୍ବାର ଆଲୋଚନା ଚାଲିଥାଏ, ଚାଲିଥାଏ ବିଚାର ବିମର୍ଷ । ଶେଷରେ କଂଗ୍ରେସ ଅନୁଭବ କଲା ଯେ ଏ ଭେଟେ ଜିନ୍ନାଙ୍କ ଆପୋଷୀ ଲିଗ୍ ହସ୍ତରେ ଅଧିକ ଅଛି ।
ବାସ୍ତବରେ ଲିଗ୍ ଗଠନପଛରେ ବ୍ରିଟିଶ୍ର ହାତଥିଲା । ଯେତେବେଳେ ଏହା ୧୦ ଡ଼ିସେମ୍ବର ୧୯୦୬ରେ ଢ଼ାକାରେ ଗଠନ ହେଲା, ସେ ପ୍ରଥମ ଅଧିବେଶନରେ ଅନୁଷ୍ଠାନିକ ଭାବେ ଘୋଷଣା କରିଥିଲା ଯେ, ବ୍ରିଟିଶ୍ ସରକାର ପ୍ରତି ଭାରତୀୟ ମୁସଲମାନଙ୍କର ଆନୁଗତ୍ୟ ରକ୍ଷା କରାଯିବ । ଅନ୍ୟ ପକ୍ଷରେ ଯଦିଓ ଭାରତର ଜାତୀୟ କଂଗ୍ରେସ୍ ଜଣେ ବ୍ରିଟନ, ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା, ଭାରତୀୟମାନେ ତାଙ୍କ ପ୍ରତି କେବେବି କୃତଜ୍ଞତା ପ୍ରକାଶ କରିନାହାନ୍ତି ଯାହାକି ଲିଗ୍ କରିଥିଲା । ଲିଗ୍ କେବଳ ମୁସଲମାନମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ବେଳେ, ଜାତୀୟ କଂଗ୍ରେସ ଭାରତର ସବୁଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ଥିଲା । ଏଇ ମୁସଲିମ୍ ଗୋଷ୍ଠୀ ୧୮୫୭ ସିପାହୀ ବିଦ୍ରୋହ କାରଣରୁ ଇଷ୍ଟଇଣ୍ଡିଆ କଂପାନୀର ବିଷ ଚକ୍ଷୁରେ ଥିଲା ଅଥଚ… ।
ଲିଗ୍ ସୃଷ୍ଟି ପଛରେ ଯାହା କାରଣ ଥାଉନା କାହିଁକି ଏତିକି କୁହାଯାଇପାରେ ଯେ, ହିନ୍ଦୁମାନଙ୍କ ଚିନ୍ତାଧାରା ସହିତ ସେମାନଙ୍କର ଚିନ୍ତାଧାରାର ମେଳ ନଥିଲା । ଏହି କାରଣରୁ ଏହା ପରଠୁ କୌଣସି କଥାକୁ ରାଜନୈତିକ ବନ୍ଧୁତା ସ୍ଥାପନ କରି ଲଢ଼େଇ ହେଉଥିଲା ପଛେ, ଭାରତୀୟ ଜାତୀୟ ଆନ୍ଦୋଳନ ପାଇଁ ଏକତା ନଥିଲା । ଯେତେବେଳେ ସାଂପ୍ରଦାୟିକ ନିର୍ବାଚନ ୧୯୦୯ରେ କାର୍ଯ୍ୟକାରୀ ହେଲା, ସେମାନଙ୍କ ମଧ୍ୟରେ ଏକକୀ ସଂଯୋଜନ ବହୁତ କଠିନ ହୋଇପଡ଼ିଥିଲା ।
ଅନ୍ୟପକ୍ଷରେ ମୁସଲମାନମାନେ ମୋଟେଭୁଲିଯାଇନଥିଲେ ଯେ, ଇଷ୍ଟଇଣ୍ଡିଆ କଂପାନୀ ପୂର୍ବରୁ ତାଙ୍କ ଜାତି ବା ସଂପ୍ରଦାୟ ଭାରକୁ ଦୀର୍ଘ ୮୦୦ ବର୍ଷ ଧରି ଶାସନ କରି ଆସୁଥିଲେ ଏବଂ ସେମାନେ ବହୁଜାତି ଓ ବହୁଭାଷାଭାଷୀ ଭାରତୀୟଙ୍କଠାରୁ କିପିରି ଭିନ୍ନଥିଲେ । ଏହି କାରଣରୁ ବ୍ରିଟିଶ୍ ତାଙ୍କୁ ଭଲଭାବରେ ଏବଂ ପୁରାମାତ୍ରାରେ ଶୋଷଣ କରୁଥିଲା ।
ଏବେ ପ୍ରଶ୍ନ :ଭାରତ ବିଭାଜନ ଦ୍ୱାରା ମୁସଲ୍ମାନମାନଙ୍କ ଉଦ୍ଦେଶ୍ୟ ପୂର୍ଣ୍ଣ ହେଲାକି ? ମୁଁ ଏକଥା ବୁଝି ପାରୁନାହିଁ । ପାକିସ୍ଥାନର ଲୋକେ ବିଭାଜନ ଶବ୍ଦ ବ୍ୟବହାର କରନ୍ତି ନାହିଁ । ସେମାନଙ୍କ ମତରେ ୧୪ ଅଗଷ୍ଟ ୧୯୪୭ ଦିନ ବ୍ରିଟିଶ ଶାସନ ଅପେକ୍ଷା ହିନ୍ଦୁମାନଙ୍କ ଦୌରାତ୍ମ୍ୟରୁ ମୁକ୍ତି ନେଲେ ବୋଲି ସେ ଦିନକୁ ପାଳନ କଲେ । ଲୋକଙ୍କଠାରୁ ଜାଣିଲି ଯେ ସେମାନେ ସେଦିନ ବହୁତ ଖୁସିଥିଲେ ଏଇଥିପାଇଁ ଯେ, ଅନନ୍ତଃ ସେମାନଙ୍କ ପାଇଁ ଖଣ୍ଡିଏ ସ୍ୱତନ୍ତ୍ର ଯାଗା ମଳିଗଲା ଯାହାଫଳରେ ସେମାନେ “ହିନ୍ଦୁ ପ୍ରଭୃତ୍ୱ ଏବଂ ଆକ୍ରମଣାତ୍ମକ ବା ଉଗ୍ରଭାବରୁ” ମୁକ୍ତ ଓ ନିରାପଦ ରହିବେ ।
କିନ୍ତୁ ମୁଁ ଭାବୁଛି ଯେ, ମୁସଲମାନମାନେ ବେଶୀ କ୍ଷତିରେ ପଡ଼ିଲେ । ଏବେ ଅଖଣ୍ଡ ଭାରତର ମୁସଲମାନ ମାନେ ତିନୋଟି ଦେଶରେ ବିକ୍ଷିପ୍ତ ଭାବେ ଅଛନ୍ତି:ଭାରତ, ପାକିସ୍ଥାନ ଓ ବଙ୍ଗଳାଦେଶ । ତାଙ୍କର ସଂଖ୍ୟାର ପ୍ରଭାବ, ଭୋଟକଥା ଚିନ୍ତାକଲେ ସେମାନେ ଗୋଟେ ଅବିଭକ୍ତ ଉପମହାଦେଶରେ କେତେ ପ୍ରଭାବ ବିସ୍ତାର କରି ଥାଆନ୍ତେ ! ସେମାନେ ବୋଧେ ଭାରତୀୟ ଉପ ମହାଦେଶରେ ୧/୩ ଅଂଶରୁ ଅଧିକ ସଂଖ୍ୟକ ଥାଆନ୍ତେ, ବୋଧହୁଏ ଅନ୍ୟମାନଙ୍କ ଅପେକ୍ଷା ସର୍ବାଧିକ ଥାଆନ୍ତେ ।
ମୁଁ ମୋଟେ ଭାବୁନି ଏହି ଉପମହାଦେଶରେ ଏମାନେ ପୁଣି ସବୁବାଡ଼ ଭାଙ୍ଗି ଏକତ୍ରିତ ହେବେ ! କିନ୍ତୁ ମୋର ବିଶ୍ୱାସଯେ, ଦିନେ ଏମିତି ହେବ ଯେ ଯେଉଁ ଉଚ୍ଚ ପ୍ରାଚୀରମାନ ଦ୍ୱେଷ ଓ ଅବିଶ୍ୱାସ ଲୋକମାନଙ୍କ ମଧ୍ୟରେ ଛିଡ଼ା କରିଛି, ଭାଙ୍ଗି ପଡ଼ିବ, ଯେଉଁଠି ଭିନ୍ନ ଭିନ୍ନ ପରିଚୟ ନଥାଇ ଗୋଟିଏ ଥିବ, ଯହା ସାଧାରଣ ସ୍ୱାଥଁ ଓ ମଙ୍ଗଳପାଇଁ କାର୍ଯ୍ୟକରୁଥିବ, ଯାହା ଏମିତି ଏକ ସମୟଥିବ, ଯାହାକି ଆମ ସ୍ୱପ୍ନରେ ନଥିବ । ଏଇକଥା ମୁଁ ମୋ ଜନ୍ମଭୂମି ସିଆଲ୍କୋର୍ଟ ଛାଡ଼ିବା ଦିନଠାରୁ ଆଶାରେ ପୋଷଣ କରିଛି, ଏବଂ ଏହା ହେଉଛି ବିପଦ ମୁହଁକୁ ବଂଚିଯିବାକୁ ଆଶ୍ରୟ କରିଥିବା ଖଣ୍ଡିଏ କୁଟା ଯାହାକୁ ମୁଁ ଦୃଢ଼ ଭାବରେ ଜାବୁଡ଼ି ଧରିଛି, ଯାହା ଏକ ଦ୍ୱେଷ ଓ ବୈରତା ସମୁଦ୍ର ଭିତରେ ଯାହାକି ବହୁଦିନ ଧରି ଏ ଉପମହାଦେଶକୁ ସଂପୂର୍ଣ୍ଣ ଭାବରେ ପରିବେଷ୍ଟନ କରି ରଖିଛି ।
…
ଭାରତ ବିଭାଜନର କାହାଣୀ ଅନ୍ତରାଳେ ଆଉକିଛି କାହାଣୀ ଥାଇପାରେ । ତେବେ ବସ୍ତୁତଃ କୁଳଦିପନାୟାରଙ୍କ ଦ୍ୱାରା ବର୍ଣ୍ଣିତ ଇତିହାସହିଁ ମୁଖ୍ୟା ଆଧାର । ଶ୍ରୀ ନାୟାର ଏହି ବିଭାଜନର ନିଜେ ଶିକାର ଥିଲେ ଯିଏକି ଅନ୍ୟାନ୍ୟ ହିନ୍ଦୁମାନଙ୍କ ପରି ସିଆଲକୋଟ୍ରୁ ଭାରତ ଯେମିତି ଭାରତରୁ ମୁସଲମାନମାନେ ପ୍ରାଣଧରି ଏବିଭାଜନ ଜନିତ ଦଙ୍ଗାବେଳେ ଲାହୋର ବା ରାଓଲପିଣ୍ଡକୁ ପଳାଇ ଯାଇଥିଲେ । ଗୋଟିଏ ଅଖଣ୍ଡ ଦେଶ କେତେକ ରାଜନୈତିକ ତଥା ବ୍ୟକ୍ତିଗତ ଏବଂ ସାଂପ୍ରଦାୟିକ ସ୍ୱାର୍ଥକୁ ଆଧାର କରି ଖଣ୍ଡଖଣ୍ଡ ତିନିଖଣ୍ଡ ହୋଇଗଲା । ହିନ୍ଦୁ ଶିଖ୍ ଏବଂ ମୁସଲ୍ମାନଙ୍କର ଦୀର୍ଘ ୧୪୦୦ ବର୍ଷର ଭାଇଚାରାର ସଂପର୍କ ମାତ୍ର କେଇଟା ଦିନରେ ହିଁସା ଏବଂ ବୈରତାରେ ପରିଣତ ହୋଇଗଲା । ନିୟୁତ ନିୟୁତ ନିରୀହ ଲୋକ ଏହାର ଶିକାର ହେଲେ । ପାଖାପାଖି ୧୫ ନିୟୁତ ଲୋକ ବାସହରା ହୋଇ ଦେଶାନ୍ତୀକରଣରେ ଶରଣାର୍ଥ ପାଲଟିଗଲେ । ପରବର୍ତ୍ତୀକାଳରେ ପାକିସ୍ଥାନ ହେଲା ଦୁଇଖଣ୍ଡ : ପାକିସ୍ଥାନ ଏବଂ ବଙ୍ଗଳା ଦେଶ ।
ବୁଝିହୁଏନା, ସ୍ୱତନ୍ତ୍ରତା ବା ସ୍ୱାଧୀନତା ଅଥବା ବିଭାଜନ ଦ୍ୱାରା ଆମେ କେତେ ଶାନ୍ତିରେ ଅଛୁ ? ଆଗେଇଚୁ ନା ପଛେଇବୁ ? ଭାବୁଛି, ସତରେ ଯଦି ଏ ବିଭାଜନ ଘଟିନଥାନ୍ତା, ବୋଧହୁ ଏ ଭାରତୀୟ ଉପମହାଦେଶ ପୃଥିବୀରେ ଆଜି ବୃହତ ଶକ୍ତିରୂପେ ଛିଡ଼ା ହୋଇଥାଆନ୍ତା । ଶ୍ରୀ ନାୟାର ତାଙ୍କ ପ୍ରବନ୍ଧର ଉପସଂହାରରେ ପୋଷଣ କରିଥିବା ଆଶା, କେବଳ ତାଙ୍କର ନୁହେଁ ଆମ ସମସ୍ତଙ୍କର । ତେବେ ପ୍ରଶ୍ନ ଉଠେ:ଏହା ଆମ ସ୍ୱପ୍ନ ନା, ଦିବାସ୍ୱପ୍ନ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮
ସମାପ୍ତ