ଭାରତ ଭ୍ରମଣ କରି ଚାଇନା ବିରୁଦ୍ଧରେ ତୀବତୀମାନଙ୍କୁ ସଚେତନ କରୁଛନ୍ତି ଜଣେ ଅବସର ପ୍ରାପ୍ତ ତିବତୀୟ ଫୌଜି
ମୋହନା, (ଅଂଶୁମାନ ପଣ୍ଡା) :ଭାରତ ଭ୍ରମଣ କରି ଚାଇନା ବିରୁଦ୍ଧରେ ଭାରତର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ତୀବତୀମାନଙ୍କୁ ସଚେତନ କରୁଛନ୍ତି । ଉତ୍ତରାଖଣ୍ଡ ଡେରାଡୁନ ସହରର ଜଣେ ଅବସର ପ୍ରାପ୍ତ ତିବତୀୟ ଫୌଜି ସିରିଙ୍ଗ ଇସି । ସେ ଭ୍ରମଣରେ ଆସି ଓଡ଼ିଶାର ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ପହଂଚି ତିବତୀୟ ବଙ୍ଗଳା ରେ ରାତ୍ର ଯାପନା କରି ତିବତୀୟମାନଙ୍କୁ ସାକ୍ଷାତ କରି ତୀବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭାରତ ରତ୍ନର ମାନ୍ୟତା ଦାବି ସହ ଚାଇନା ଦ୍ରବ୍ୟକୁ ବର୍ଜନ ଓ ଚାଇନାର ବିସ୍ତାରବାଦୀ ନୀତିକୁ ବିରୋଧ କରିବା ସହ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ସେଠାରୁ ସେ ପୁଣି ଅନ୍ୟ ସ୍ଥାନ ରେ ରାଉଥିବା ତିବତୀୟ ଲୋକମାନଙ୍କୁ ସଚେତନତା ପାଇଁ ପୁଣି ଯାତ୍ରା କରିଛନ୍ତି ।


