ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଆଦିବାସୀ ଏକ ପରିଷଦ ପକ୍ଷରୁ ଆନ୍ଦୋଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ ଓ ପ୍ୟାରେଡ୍ କରିବା ବିରୁଦ୍ଧରେ ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଆଦିବାସୀ ଏକ ପରିଷଦ ପକ୍ଷରୁ ସ୍ଥାନୀୟ ଡିଆରଡିଏ ଛକ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଆଦିବାସୀ ନେତା ଓ କର୍ମୀ ମାନେ ଆଦିବାସୀ ବିରୋଧି ଜଙ୍ଗଲ ସଂରକ୍ଷଣ ବିଲ -୨୦୨୩ ପ୍ରତ୍ୟାହାର କରିବା , ଜଙ୍ଗଲ ଅଧିକାର ଆଇନ ଓ ପେଶା ଆଇନ କୁ ସରକାର ତୁମେ ମିନି ନିଅ , ଗ୍ରାମ ସଭା ଅଧିକାରକୁ ଅକାମି କରିବା ଚଳିବ ନାହିଁ , ବିକାଶ ନାଁରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରିବା ବନ୍ଦ କର , ଆଦିବାସୀଙ୍କର ଚାଷ ଜମି ରେ ବନ ବିଭାଗର ବୃକ୍ଷ ରୋପଣ ବନ୍ଦ କରିବା, ମଣିପୁରରେ ଶାନ୍ତି କେବେ ଫେରିବ ଜବାବ ଦିଅ ସମେତ ବିଭିନ୍ନ ନାରାବାଜି ଦେଇ ଜାତୀୟରାଜପଥର ଉଭୟ ପାଶ୍ୱର୍କୁ ବହୁ ସମୟ ଧରି ଅବରୋଧ କରି ରଖୀଥିଲେ । ଯାହାଫଳରେ ଯାନବାହାନ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲ।। ଘଟଣା ସ୍ଥଳରେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲ।। ଏହି ଆନ୍ଦୋଳନରେ ଭାରତ ମୁକ୍ତି ମୋର୍ଚ୍ଚାର ସଭାପତି ସୁମା ଦାସ , ଚାଷୀନେତା ବିଜୟ ସ୍ୱାଇଁ, ଶଙ୍କର ଶବର, ପ୍ରଦୀପ ଶବର , ସମିତା ଶବର , ଶାନ୍ତି ଶବର , ଚରଣ ଶବର, ରାଜୁ ଶବର , କୈଳାଶ ଶବର, ରଂଜନ ଶବର ଓ ରମେଶ ଶବରଙ୍କ ସମେତ ବହୁ ଆଦିବାସୀ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ