ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ତରଫରୁ ଗଭିର ଶ୍ରଦ୍ଧାଞ୍ଜଳୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁର ବିଜେପି କାର୍ଯ୍ୟଳୟ ପରିସରରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ଜନ୍ମ ଜୟନ୍ତୀ ଅବସରରେଦଳ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି ଅବସରରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଆୟୋଜନ କରାଯିବା ସହ ଏହି ଦିନକୁ ସୁଶାସନ ଦିବସ ରୂପେ ପାଳନ କରାଯାଇଥିଲା । ପ୍ରଥମେ ବାଜପେୟୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଦଳୀୟ ନେତୃବୃନ୍ଦ ବାଜପେୟୀଙ୍କ ଜୀବନ, ଆଦର୍ଶ ଓ ତାଙ୍କ ସମୟରେ ଦେଶକୁ ସୁଶାସନ ଉପରେ ଆଲୋକପାତ କରିଥିଲେ । ତାଙ୍କ ସମୟରେ ଜାତୀର ରାଛଳଜପଥ ସ୍ଵର୍ଣ ଚତୁର୍ଭୁଜ ଆଜି ଭାରତରେ ପ୍ରଥମ ତଥା ବିଶ୍ୱରେ ୫ମ ଜାତୀର ରାଳପଥ ଭାଵେ ମାନ୍ୟତା ପାଇଛି । ୧୯୯୯ ମହାହବାତ୍ୟାରେ ଓଡିଶାର ପୁନ୍ରବିନ୍ୟାସ ପାଇଁ ତାଙ୍କର ସହଯୋଗ ଚିର ସ୍ମରଣୀୟ, ଅନ୍ତର୍ଦେଶ ସୁସଂସପର୍କ, ଦେଶରେ ସୁଶାସନ ତାଙ୍କୁ ଚିର‌ଦିନ ଅମର କରି ରଖିଥିବ । ଏହି କାର୍ଯ୍ୟକ୍ରମରେ ବର୍ଷିୟାନ ବିଜେପି ନେତା ମନୋରଂଜନ ମହାନ୍ତି, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ବିକାଶ ମହାନ୍ତ,ସରୋଜ ମହାନ୍ତ, ଏସି ସେଲ ବିଜେପି ସଭାପତି କିଶୋର କୁମାର ରଜକ, ବିଜେପି ଜିଲ୍ଲା ଯୁବ ସଭାପତି ଆଲୋକ ରଂଜନ ମହାନ୍ତ, ବିଜୁ ଗୋପାଲ ଗୋପ , ସରୋଜ ମହାନ୍ତ, ସମେତ ବହୁ ଦଳୀୟ ନେତୃବୃନ୍ଦ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ