ଭାରତ ସରକାରଙ୍କ ଦ୍ୱାରା ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଚାଷୀଙ୍କୁ ପ୍ରଶିକ୍ଷିତ କରିବା

ବାଲେଶ୍ୱର, (ସରୋଜ ପଣ୍ଡା) :ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ଯେ, ଚୌଧୁରୀ ଚରଣ ସିଂହ ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥାଙ୍କ ( କୃଷି ମନ୍ତ୍ରଣାଳୟ ଭାରତ ସରକାର ) ସହଯୋଗରେ ଓ ଜନକଲ୍ୟାଣକରୀ ଯୋଜନା ପ୍ରଚାର ପ୍ରସାର ଅଭିଯାନ ମାଧ୍ୟମରେ ଆସନ୍ତା ଜାନୁୟାରୀ ୨୨,୨୩,ଓ ୨୪ ତାରିଖରେ ଏକ ଜୈବିକ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଉକ୍ତ ଶିବିରରେ ୩୦ ଜଣ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଚାଷୀଙ୍କୁ ପ୍ରଶିକ୍ଷିତ କରାଯିବା ସହିତ ସେମାନଙ୍କୁ କୃଷି କିଟ୍ ଓ ଭାରତ ସରକାରଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ। ଏତ ବ୍ୟତୀତ ଅନ୍ୟ କେହି ଚାହିଁଲେ ସେମାନଙ୍କୁ ଜୈବିକ କୃଷି ଓ ମାଛଚାଷ ବିଷୟରେ ନିଶୁଳ୍କ ବୈଷୟିକ ଜ୍ଞାନ କୌଶଳ ବିଷୟରେ ସହାୟତା ପ୍ରଦାନ କରାଯିବ । ଏହା ସହିତ ନିଜର ଉତ୍ପାଦର ଅନଲାଇନ ବିପଣନ, କିଷାନ ଷ୍ଟାର୍ଟଅପ ଓ ଏଫବିଆଇ ବିଷୟରେ ପ୍ରଶିକ୍ଷଣ ଦିଆଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜନକଲ୍ୟାଣକରୀ ଯୋଜନା ପ୍ରଚାର ପ୍ରସାର ଅଭିଯାନର ରାଷ୍ଟ୍ରୀୟ ସଭାପତି ପୁଷ୍ପେଶ ଆର୍ଯ୍ୟ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ରାଜମଣୀ ଓ ଓଡ଼ିଶା ପ୍ରଦେଶ ସଭାପତି ଜିତେନ୍ଦ୍ର ପାତ୍ର ଉପସ୍ଥିତ ରହି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ