ଭାରତ ସୁରକ୍ଷା ମଞ୍ଚ ପକ୍ଷରୁ ଜନ୍ମାଷ୍ଟମୀ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତ ସୁରକ୍ଷା ମଞ୍ଚର ବାଲେଶ୍ୱର ଜନ୍ମାଷ୍ଟମୀ କମିଟି ପକ୍ଷରୁ ସହରର ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଶ୍ରୀକୃଷ୍ଣ ଉତ୍ସବ ଜନ୍ମାଷ୍ଟମୀ ପାଳିତ ହୋଇଅଛି । ଘଣ୍ଟ ଘଣ୍ଟା, ଭଜନ କୀର୍ତ୍ତନ ତଥା ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ମଧ୍ୟରେ ଉତ୍ସବ ଉଦଘାଟନ କରାଯାଇଥିଲା । ଏହି ଅବସରରେ ପିଲାମାନଙ୍କୁ ନେଇ ଶ୍ରୀକୃଷ୍ଣ ବେଶ , ଶ୍ରୀକୃଷ୍ଣ ଦର୍ଶନ ଆଧାରିତ ଚିତ୍ରାଙ୍କନ ଏବଂ ଶ୍ରୀମଦ ଭଗବତ ଗୀତା ଆବୃତ୍ତି ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣରେ ଭାରତ ରକ୍ଷା ମଞ୍ଚର ଓଡିଶା ପ୍ରଦେଶ ସଭାପତି ଡାକ୍ତର ଅଶୋକ ଆଚାର୍ଯ୍ୟ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିରେ କୃଷ୍ଣ ଦର୍ଶନ ଅବଦାନ ଓ ପୌରାଣିକ ଯୁଗର ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଡ. କ୍ଷୀତେଶ୍ୱର ଦାଶ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଆମର ପାରିବାରିକ, ସାମାଜିକ ତଥା ବ୍ୟୈଶ୍ୱିକ ଜୀବନ ମଙ୍ଗଳମୟ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । କମିଟିର ଅଧ୍ୟକ୍ଷ ତୁଷାରକାନ୍ତି ପଣ୍ଡା ସଭାପତିତ୍ୱ କରିଥବା ବେଳେ ରଜନୀକାନ୍ତ ଶତପଥୀ ମଞ୍ଚ ପରିଚାଳନା କରିଥିଲେ । ପ୍ରଶାନ୍ତ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ପର୍ବ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୁଧାକର ପାଢୀ, ସଞ୍ଜୟ ମହାପାତ୍ର, ପ୍ରଫୁଲ୍ଲ ଦାସ, ବିନୋଦ ନାୟକ, ଅଜୟ ପରିଡା, ରାକେଶ ସାହା, ହେମଲତା ସାହୁ, ନିବେଦିତା ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ