ଭାରତ ସ୍କାଉଟ୍ସ୍ ଓ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ ତା୨୯ା୮ା୨୨ରିଖ ଦିନ ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ରାଜ୍ୟ ମୁଖ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଥିଲା । ଏଥିରେ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ ଜଳସମ୍ପଦ ଓ ବାଣିଜ୍ୟ ପରିବହନ ତଥା ଉପସଭାପତି ଶ୍ରୀମତୀ ଟୁକୁନୀ ସାହୁ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ଅଧ୍ୟକ୍ଷା ମହିଳା କମିଶନର ଡଃ. (ଶ୍ରୀମତୀ) ମିନତୀ ବେହେରା, ଉପାଧ୍ୟକ୍ଷ, ଆନ୍ତର୍ଜାତୀୟ ସମବାୟ ମତ୍ସ୍ୟ ସଂଗଠନ ଶ୍ରୀଯୁକ୍ତ ଟି. ପ୍ରସାଦ ରାଓ ଦୋରା, ସମାଜର ମୁଦ୍ରାକାର ଓ ପ୍ରକାଶକ ଶ୍ରୀଯୁକ୍ତ ନିରଞ୍ଜନ ରଥ, ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର, ରାଜ୍ୟ କମିଶନର (ଆଡଲ୍ଟ ରିସୋର୍ସ) ଅଶୋକ କୁମାର ରଥ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଶାରୀରିକ ଶିକ୍ଷା ନିରୀକ୍ଷକଙ୍କ ସମେତ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ରାଜ୍ୟପରିଷଦର ବହୁ ସଭ୍ୟ ସଭ୍ୟା ଯୋଗଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକଙ୍କ ଆଗତ ଦିବଂଗତ ସ୍କାଉଟ ଓ ଗାଇଡ୍ ବ୍ୟକ୍ତିତ୍ୱମାନଙ୍କ ଉଦ୍ଦେଶ୍ୟରେ ଏକମିନିଟ୍ ନିରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ତାଙ୍କ ସ୍ୱାଗତ ଭାଷଣ ବିଗତ ଦିନମାନଙ୍କରେ ରାଜ୍ୟ ସଂସ୍ଥା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିଥିବାର ଅବତାରଣା କରି ସଦସ୍ୟମାନଙ୍କର ସକ୍ରିୟ ସହଯୋଗର ଉଚ୍ଚପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଆଶା ବ୍ୟକ୍ତ କରିଥିଲା । ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ଗତବର୍ଷର ଆୟ ବ୍ୟୟର ଅଟକଳ ପରିଷଦ ଦ୍ୱାରା ଅନୁମୋଦନ ଲାଭ କରିଥିଲା । ଏତଦ୍ବ୍ୟତୀତ ବିଭିନ୍ନ କମିଟି ତଥା କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଆଗତପ୍ରସ୍ତାବ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିଲା । ପରିଶେଷରେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।