ଭାରତ ସ୍କାଉଡ୍ ଓ ଜୁନିୟର ରେଡ୍କ୍ରସର ଦୀକ୍ଷାନ୍ତ ଉତ୍ସବ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ ସ୍ଥିତ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକି ଉଚ୍ଚବିଦ୍ୟାଳୟରେ ଗଂଜାମ ଜିଲ୍ଳା ଶିକ୍ଷାଧିକାରୀ ଡକ୍ଟର ସନାତନ ପଣ୍ଡାଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ସବ୍ଜୋନାଲ ସ୍ତରୀୟ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ୍ ଏବଂ ଜୁନିୟର ରେଡ୍୍କ୍ରସର ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲା ଜୁନିୟର ଓ ସିନିୟର କାଉନସିଲର ହିମାଶୁଂ ପଟ୍ଟନାୟକ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ୍ କରିଥିଲେ । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ଶାରିରୀକ ଶିକ୍ଷା ନିରିକ୍ଷକ ଭାଗିରଥି ସ୍ୱାଇଁ ,ସମ୍ମାନୀତ ଅତିଥିଭାବେ ରାମହରି ସାହୁ , ଜିଲ୍ଲା ସହକାରୀ ସ୍କାଉଟ୍ କମିସନର ଲକ୍ଷ୍ମୀନାରାୟଣ ପଣ୍ଡା, ଭିକାରୀ ଗୈାଡ,ଗାୟତ୍ରୀ ମିଶ୍ର ,ପ୍ରଧାନ ଶିକ୍ଷୟତ୍ରୀ, ପଂଚାୟତ ଉଚ୍ଚ ବିଦ୍ୟାଳୟ ଖଇରପୁଟି ,ଏବଂ ଦୁଖିଶ୍ୟାମ ସ୍ୱାଇଁ , ପ୍ରଧାନଶିକ୍ଷକ ଉଦୟନାଥ ସ୍ମାରକି ଉଚ୍ଛ ବିଦ୍ୟାଳୟରେ କୁଲାଙ୍ଗି ପ୍ରମୁଖ ଉପସ୍ଥିତ ରହି ସେବା ଏବଂ ଉତ୍ସର୍ଗୀକୃତ ମନୋବୃତ୍ତି ନେଇ କାର୍ଯ୍ୟକ୍ରମ ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବିଦ୍ୟାଳୟରେ ସ୍କାଉଟ୍ ଏଣ୍ଡ ଗାଇଡ୍ ଓ ଜେଆରସି ଟ୍ରେଣ୍ଡ ଶିକ୍ଷକ ମାନେ ଯଥା ଅବନୀ କୁମାର ଶତଙ୍ଗି, ସୀମାଞ୍ଚଳ ଶତପଥି, ପ୍ରଦୀପ କୁମାର ମାଝୀ , ସୁଦାମ କୁମାର ଜେନା, ସୀମାଞ୍ଚଳ ପ୍ରଧାନ , ପ୍ରଦୀପ କୁମାର ସାହୁ ବିଦ୍ୟାର୍ଥୀ ମାନଙ୍କୁ ଗାଇଡ୍ ଏବଂ ଜେଆରସିର ନିୟମ ଏବଂ ଶୃଙ୍ଖଳା ବିଷୟରେ ଅବଗତ କରାଇଥିଲେ ।