ଭାରତ ସ୍କାଉଟସ୍ ଓ ଓଡିଶା ରାଲିରେ ଗଞ୍ଜାମର ସଫଳତା

ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ ) : ବୁଧବାର ଦିନ ଓଡିଶା ରାଜ୍ୟ ଓ ସ୍କାଉଟସ୍ ଓ ଗାଇଡସ୍ ରାଜ୍ୟପୁରଷ୍କାର ରାଲି ରାଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ରାଲିରେ ମୂଖ୍ୟ ଅତିଥିରୁପେ ରାଜ୍ୟପାଳ ଗଣେଷ ଲାଲ ଯୋଗ ଦେଇଥିଲେ । ଏହା ସହ ରାଜ୍ୟ ସ୍କ୍ୱାଡ ଗାଇଡ ରାଜ୍ୟ ମୁଖ୍ୟ କମିସନର ଓ ରାଜ୍ୟପାଳ ସଚିବ ମଧୁସୁଦନ ପାଢୀ , ଆଇ.ଏ.ଏସ ଯୋଗ ଦେଇଥିଲେ । ସ୍କାଉଟ ଗାଇଡ ଲାଇନ ରେ ଗଞ୍ଜାମ ଶୀର୍ଷସ୍ଥାନ ଅଧିକାର କରିଥିବାରୁ ଡକ୍ଟର ସନାତନ ପଣ୍ଡା ଙ୍କୁ ପୁଷ୍ପ ଗୁଛ ଅର୍ପଣ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସ୍ତରୀୟ କ୍ୟାମ୍ପରେ ୨୦୧୮ -୨୦୧୯ ସମସ୍ତ ଜିଲ୍ଲା ମାନଙ୍କ ଠାରୁ ଭିନ୍ନ ହୋଇଥିବା ରୁ ଡକ୍ଟର ପଣ୍ଡା କୁ ସମ୍ମାନୀତ କରିଥିଲେ ।ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଚଳିତ ବର୍ଷ ୫୨୧ ଜଣ ସ୍କାଉଟ , ୨୬୨ ଜଣ ଗାଇଡ ମୋଟ ୭୮୩ ଜଣଙ୍କୁ ରାଜ୍ୟପାଳ ସାର୍ଟିଫିକେଟ ଦେଇଥିଲେ । ଏହି କାର‌୍ୟ୍ୟକ୍ରମରେ ବରିଷ୍ଠଓ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ