ଭାରପ୍ରାପ୍ତ ସରପଂଚଙ୍କ ଅନୀୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ୍ ) : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଗ୍ରାମପଂଚାୟତର ସରପଂଚ ଦାୟିତ୍ୱରେ ଥିବା ନାୟବ ସରପଂଚ ରଶ୍ମିତା ନାୟକ ବିଭିନ୍ନ ଅନୀୟମିତତା କାର‌୍ୟ୍ୟ କରିଥିବା ଶୁକ୍ରବାର ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କ ନିକଟରେ ଅଭିଯୋଗ ହୋଇଛି । ସେ ପଂଚାୟତ କାର‌୍ୟ୍ୟାଳୟକୁ ଆସୁନଥିବା,ମାସିକ ବୈଠକ ନିୟମିତ ଭାବେ ଡକାଉନଥିବା ଯୋଗୁ ପଂଚାୟତର ଉନ୍ନୟନ ମୂଳକ କାର‌୍ୟ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ହୋଇଛି । ଏତଦବ୍ୟତିତ ତାଙ୍କ ଦ୍ୱାରା କେତେକ ପ୍ରକଳ୍ପ କାର‌୍ୟ୍ୟରେ ଜାଲିଆତି ହୋଇଥିବା ଏବଂ ଅନ୍ୟ କେତେକ ପ୍ରକଳ୍ପ କାର‌୍ୟ୍ୟ ନିମ୍ନମାନର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଉଦାହରଣ ସ୍ୱରୂପ ଅଣ୍ଢରା ହାଟରେ ବାଲି ପକାନଯାଇ ମିଥ୍ୟା ବିଲ କରାଯିବା,ପଂଚାୟତର ନିଜସ୍ୱ ପାଣ୍ଠି ଅର୍ଥକୁ ଉଠାଯାଇ ବେନିୟମ ଭାବେ ଖର୍ଚ୍ଚ କରାଯିବା,ନଳକୂପ ପ୍ଲାଟଫର୍ମ ନିର୍ମାଣରେ ଦୂର୍ନିତୀ,ପୋଖରୀରେ ନିମ୍ନମାନର ପାହାଚ ନିର୍ମାଣ,ଗ୍ରୀଷ୍ମକାଳରେ କୈାଣସି ସ୍ଥାନରେ ଜଳଛତ୍ର ନଖୋଲିବା,ପଂଚାୟତର ପଲ୍ଲୀ ସଭାରେ ଗୃହିତ ବା ଉପସ୍ଥାପନ ହୋଇନଥିବା ପ୍ରକଳ୍ପ ଗୁଡିକର କାର‌୍ୟ୍ୟ କରିବା ଭଳି ଅନେକ ଅନୀୟମିତତା ଓ ଦୂର୍ନିତୀ ମୂଳକ କାର‌୍ୟ୍ୟରେ ଭାରପ୍ତାପ୍ତ ସରପଂଚ ସଂପୃକ୍ତ ଥିବା ସେହି ପଂଚାୟତର ୱାର୍ଡ ସଭ୍ୟସଭ୍ୟାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ କରାଯାଇ ବିହୀତ କାର‌୍ୟ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହାଛଡା ଗତ ୨୦୧୭ ମସିହା ସେପ୍ଟେମ୍ବରମାସ ୨୦ତାରିଖରେ ଜିଲ୍ଲାପାଳ ମିସକେଶ ନମ୍ବର ୩/୨୦୧୭ରେ ତିନୋଟି ପିଲା ଥିବାରୁ ଅଣ୍ଢରା ଗ୍ରାମପଂଚାୟତର ସରପଂଚ ଉପେନ୍ଦ୍ର ମଲ୍ଲିକଙ୍କୁ ଅଯୋଗ୍ୟ ଘୋଷିତ କରିବା ପରେ ନାୟବ ସରପଂଚ ଭାରପ୍ରାପ୍ତ ସରପଂଚ ଭାବେ ସେହିଦିନ ଠାରୁ ଦାୟିତ୍ୱ ନିର୍ବାହ କରୁଥିଲେ ମଧ୍ୟ ଏହା ମଧ୍ୟରେ ଏକବର୍ଷ ଆଠମାସ ହେବ ସେହି ପଂଚାୟତରେ ଉପନିର୍ବାଚନ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ୱାର୍ଡ ସଭ୍ୟା ଶ୍ରଦ୍ଧାଞ୍ଜଳି ସେଠୀ,ମଞ୍ଜୁଲତା ପଣ୍ଡା,ଅଶୋକ ଜେନା,ବୃନ୍ଦାବତୀ ମଲ୍ଲିକ,ଛବିତା ଜେନା,ସୁମନ୍ତ ମଲ୍ଲିକ,ସ୍ମୃତିରେଖା ପ୍ରଧାନ,ଅମୀତ ମଲ୍ଲିକଙ୍କ ସମେତ ପୂର୍ବତନ ସରପଂଚ ସଞ୍ଜୟ କୁମାର ମଲ୍ଲିକ,ଅମ୍ବିକା ମଲ୍ଲିକ,ପୂର୍ବତନ ସମିତିସଭ୍ୟ ଗଦାଧର ମଲ୍ଲିକ,ଅଭୟ ସ୍ୱାଇଁ,ଅଶୋକ ମଲ୍ଲିକ,ରଞ୍ଜିତ ମଲ୍ଲିକ,ମନୋଜ ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏସମ୍ପର୍କରେ ତଦନ୍ତ କରିବାକୁ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ