ଭାରସାମ୍ୟହରାଇବାଇକ ଦୁର୍ଘଟଣା: ଛାତ୍ରୀର ମୃତ୍ୟୁ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବାରୁ ବାଇକ ରେ ବସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ହିରନ ପାତ୍ର ର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଛାତ୍ରୀଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚାୟତ ବାରେଙ୍ଗିଲି ବୋଲି ଜଣାପଡ଼ିଛି। ବାରିଙ୍ଗିଲି ଠାରୁ ନିଜ ସମ୍ପର୍କୀୟ ଙ୍କ ସହ ବାଇକ ଯୋଗେ କଳାହାଣ୍ଡି ଜିଲ୍ଲାର ଉର୍ଲ୍ଲଦାନୀ ଗ୍ରାମ ଦେଇ ମୁଣ୍ଡିଗଡ଼ ଯାଇଥିଲେ। ପୁଣି ମୁଣ୍ଡିଗଡ଼ ଠାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ହରଲଙ୍ଗା ଠାରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହେବାରୁ ବାଇକ ରେ ବସିଥିବା ଉକ୍ତ ଛାତ୍ରୀ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଏକ ବୋଲେରୋ ଗାଡ଼ିରେ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତୁମୁଡ଼ିବନ୍ଧ ଡାକ୍ତର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବାଲିଗୁଡା ରେ ଡାକ୍ତର ମୃତ୍ୟୁ ଘୋଷଣା କରି ଶବ କୁ ବ୍ୟବଚ୍ଛେଦ କରିଥିଲେ। ପରେ ଏକ ମହାପ୍ରୟାଣ ଗାଡ଼ିରେ ଶବକୁ ନିଜ ଗ୍ରାମକୁ ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ