ଭାରସାମ୍ୟ ହରାଇ ଓଲଟିଲା ଅଟୋ ,ଡ୍ରାଇଭର ମୃତ୍ୟୁ ,ଅଳ୍ପକେ ବର୍ତ୍ତୀଲେ ୫ ଜଣ
ପୋଲସରା, (ଅନିଲ କୁମାର ମହାରଣା):ମା ସିଂହାସନୀ ପୀଠକୁ ଦର୍ଶନ କରିବା କୁ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ପାସେଞ୍ଜର ଅଟୋ ଦୁର୍ଘଟଣା ଘଟିଥିବା ବେଳେ ଅଟୋ ଡ୍ରାଇଭରଙ୍କ ମୁତ୍ଯୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀଛନ୍ତି ଅଟୋରେ ଥିବା ପାଞ୍ଚ ଜଣ ବ୍ୟକ୍ତି। ଏଭଳି ଘଟଣା ଘଟିଛି ଲୁଣିଆପଡା ଗ୍ରାମ ନିକଟସ୍ଥ ରତନେଇ ଠାକୁରାଣୀ ମନ୍ଦିର ପାଖରେ। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମରୁ ବାହାରି ମା ସିଂହାସନୀ ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଅଧାବାଟରେ ଘଟିଗଲା ଅଘଟଣ । ଘଟଣା ସ୍ଥଳରୁ ଡ୍ରାଇଭର ଶଙ୍କର ରାଉଳଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସାହାଯ୍ଯରେ ପୋଲସରା ମେଡ଼ିକାଲ ଅଣାଯାଇଥିଲା ।ହେଲେ ମେଡିକାଲରେ ଡାକ୍ତର ଶଙ୍କର ରାଉଳଙ୍କୁ ମୁତ୍ଯୁ ଘୋଷଣା କରିଥିଲେ । ଖବର ପାଇ ପୋଲସରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଟୋ ଗାଡିକୁ ଜବତ କରିବା ସହ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି।