ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ହେଲପର ଆହତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ନଂ ଜାତୀୟ ରାଜପଥ ତଥା ଲହଣ୍ଡାଛକଠାରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତାର ତଳ ପାଶ୍ୱର୍କୁ ଓଲଟି ପଡିବାରୁ ଗାଡିର ହେଲପର ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ସୋମବାର ଭୋର ସମୟରେ ୧୨ ଚକିଆ ଟ୍ରକ ନଂ ଜେଏଚ ୦୬ ଇ ୪୯୧୧ ବିଲେଇପଦା ଆଡୁ ଯୋଡା ଅଭିମୁଖେ ଆସୁଥିବା ବେଳେ ଲହଣ୍ଡା ଛକଠାରେ ଭାରସାମ୍ୟ ହରାଇ ରାସ୍ତାର ତଳ ପାଶ୍ୱର୍କୁ ଓଲଟିପଡିଥିଲା । ଫଳରେ ଟ୍ରକରେ ବସିଥିବା ହେଲପର ମାସୁକ୍ ମିଆଁ ଆହତ ହୋଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହନଚି ଗାଡିକୁ ଜବତ କରିବା ସହିତ ଏକ କେଶ ନଂ ୦୯/୨୦୨୦ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।