ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ୍ୟୁ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଜାମୁକୁଣ୍ଡିଆଠାରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଶନିବାର ରାତିରେ ସାନବଡବିଲ ଗ୍ରାମର ଏତାଙ୍ଗ ପୁର୍ତି ଟ୍ରାକ୍ଟର ଗାଡି ନଂ(ଓଡି୦୯ଆର୪୦୩୧ ) ନେଇ ବିଲେଇପଦାରୁ ନିଜ ଗ୍ରାମ ସାନବଡବିଲ ଅଭିମୁଖେ ଯାଉଥିବା ବେଳେ ଜାମୁକୁଣ୍ଡିଆଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଏତାଙ୍ଗ ପୁର୍ତି(୨୭) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଟାଟାଷ୍ଟିଲ ଡାକ୍ତରଖାନା ନିଆଯାଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏନେଇ କେଶ୍ ନଂ ୩୧/୨୦୨୦ ରୁଜୁ କରି ତଦନ୍ତ ଜାରି ରଖିଥିବା ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ