ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଡ୍ରାଇଭର ମୃତ
ଯୋଡ଼ା (ଯୁଗାବ୍ଦ ନ୍ୟୁଜ) କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ପଳସାଠାରେ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟିବାରୁ ଡ୍ରାଇଭରର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ରବିବାର ଭୋର ସମୟରେ ଖଣ୍ଡବନ୍ଧ ଆଡୁ ଟ୍ରକ ନଂ ଓଡି୦୪ଏନ ୦୩୭୮ ଲୁହାପଥର ବୋଝେଇ କରି ଜୁରୁଡି ଅଭିମୁଖେ ଆସୁଥିବା ବେଳେ ପଳସା ଘାଟିଠାରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ଉକ୍ତ ଟ୍ରକର ଡ୍ରାଇଭର ରବିନ୍ଦ୍ର ଦିଆଣି (୫୦) ଙ୍କ ଟ୍ରକ ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା ।ଏନେଇ ବାମେବାରୀ ଥାନାରେ କେଶ୍ ନଂ ୨୭/୨୦୨୦ ରୁଜୁ ହୋଇଛି