ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଗଂଜାମ, (ବିନୋଦ ପଲେଇ): ରମ୍ଭା ଥାନା ଅନ୍ତର୍ଗତ ସ୍ଥିତ ଜି.ଗଣ୍ଡାପଲ୍ଲୀରେ ନିକଟରେ ଥିବା ଚିଦାନନ୍ଦ ସ୍ୱାମୀ ସର୍ଭିସ ପେଟ୍ରୋଲ ପମ୍ପ ସାମ୍ନା ଜାତୀୟ ୧୬ ନମ୍ବର ରାଜପଥରେ ଏକ ମାଲବାହୀ ଟ୍ରକ(ଏଚ.ଆର ୩୯ ସି ୫୫୬୨) ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ ଟ୍ରକଟି କଲିକତା ଠାରୁ ଆନ୍ଧ୍ରା ଅଭିମୁଖେ ପେଟ୍ରୋଲ ପମ୍ପ ନିକଟସ୍ଥ ଗଡାଣିଆ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ବେଳେ ଗାଈ ଗୋରୁ ପୋଲକୁ ଦେଖି ଗାଈ ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ହଠାତ ବ୍ରେକ ମାରିଥିଲେ ।ଯାହାଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ୱରେ ଓଲଟି ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି ।ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇ ସାମାନ୍ୟ ଆହତ ହୋଇଛନ୍ତି ।ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରମ୍ଭା ପୋଲିସକୁ ଖବର ଦେବାପରେ ରମ୍ଭା ପୋଲିସ ପହଞ୍ଚି ତଦନ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ