ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଡ୍ରାଇଭର ମୃତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ମୃତ ସୂଚନା । ମୃତକ ବାଲିଗୁଡ଼ା ଥାନା ଡେଲାରପଦର ଗ୍ରାମର ହେମନ୍ତ ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କାମ ସାରିବା ପରେ ଟ୍ରାକ୍ଟର ଡ୍ରାଇଭର ଶ୍ରମିକଙ୍କୁ ସେମାନଙ୍କ ଗାଁ କୁ ଛାଡ଼ିବାକୁ ଯାଇ ଫେରୁଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କଟ୍ରିକିଆ ଗାଁ ନିକଟସ୍ଥ କସୁବାଲି ଘାଟିରେ ରବିବାର ରାତିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବରପାଇ ସୋମବାର ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ