ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଟ୍ରକ; ୨ମୃତ, ୩ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଟ୍ରକ ଘଟଣାସ୍ଥଳରେ ଦୁଇ ମୃତ, ତିନି ଗୁରୁତ୍ବର । ଦୁଃଖଦ ଦୁର୍ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଅନ୍ଧାରୀ ନିକଟରେ ଶୁକ୍ରବାର ଦିନ ଭାରସାମ୍ୟ ହରାଇ ଟ୍ରକଟି ଗଛରେ ପିଟିହେଲା । ଟ୍ରକଟି ଗଛରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡିଥିଲା । ଟ୍ରକରେ ଥିବା ଶ୍ରମିକଙ୍କ ମଧ୍ୟରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ମୋରଡା ଗାଁର ଛେଲା ମହାକୁଡ ଓ ଧାନଶୁଳା ଗାଁର କାଳିଆ ମହାନ୍ତ । ସୂଚନା ଅନୁଯାୟୀ ଟ୍ରକଟି ମୋରଡ଼ାରୁ ଇଟା ନେଇ ବାଘଡାରେ ଇଟା ଖାଲି କରି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାରେ ଟ୍ରକରେ ଥିବା ଶ୍ରମିକ ମାନେ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଦୁଇ ଗୁରୁତରଙ୍କୁ ପ୍ରଥମେ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ଗୁରୁତ୍ବର ଦୁଇଜଣ ମରୋଡା ଅଞ୍ଚଳର ମହେଶ୍ୱର ମାରାଣ୍ଡି, ପଗୁଲୁ ବେହେରା ।