ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ରେଲର
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଥାନା କଳାପାହାଡ ନିକଟରେ ଏକ ଟ୍ରେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ଖବର ହସ୍ତଗତ ହୋଇଛି । ଏଚଆର-୬୯ବି-୯୨୮୧ ନମ୍ବର ଟ୍ରେଲର ଆଇରନ ବୋଝେଇ କରି ଯାଉଥିବା ବେଳେ ଶନିବାର କଳାପାହାଡ ଘାଟିରେ ଭାରସାମ୍ୟ ହରାଇ ମହମ୍ମଦ ଆଲାମଙ୍କ ଦୋକାନକୁ ଧକ୍କାଦେବା ପରେ ଅଣାୟତ ହୋଇ ଗଛରେ ଟ୍ରେଲରଟି ଦୁର୍ଘଟଣା ଘଟାଇଥିଲା । ପ୍ରଥମେ ଦୁର୍ଘଟଣା ଘଟାଇଥିବା ବେଳେ ଏମଡି ଆଲାମ ଦୋକାନରେ ଥିଲେ ଅକସ୍ମାତ୍ ଆଲାମଙ୍କ ପେଟରେ ଏକ ଲୁହାରଡ ପଶିଯିବା ଫଳରେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଟାଟାଷ୍ଟିଲ ହସ୍ପିଟାଲକୁ ନିଆଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ଆଲାମଙ୍କୁ ଝାଡଖଣ୍ଡ ରାଜ୍ୟର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରେଲରର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏମଡି ଆଲାମଙ୍କ ଭାଇ କୁଡୁସ ଆଲାମଙ୍କ ଅଭିଯୋଗକୁ ଭିତି କରି ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରେଲରକୁ ଜବତ କରି ୧୦/୨୧ ରେ ଏକ ମାମଲା ରୁଜୁ ହୋଇଥିବା ଖବର ହସ୍ତଗତ ହୋଇଛି ।