ଭାରସାମ୍ୟ ହରାଇ ଗଛରେ ପିଟିଲା ଅଟୋ , ୭ ଗୁରୁତର

କେନ୍ଦୁଝର(ଯୁଗାଦ୍ଦ ନ୍ୟୁଜ) ଘଟଗାଁ ନିକଟସ୍ଥ କେନ୍ଦୁଆପଡା ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ଗଛରେ ଧକ୍କା ହୋଇ 7 ଜଣ ଗୁରୁତର ଆହତ ହୋଇଛନ୍ତି । ହରିଚନ୍ଦନପୁର କାଦୁଡିହା ଗ୍ରାମରୁ ଭାଲୁକୁମା ଏକ ବିବାହ ଘର କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇତିବା ବେଳେ ଦୃଘଟଣା ଘଟିଥିଲା । ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଛନ୍ତି । ଆହତ ମଧ୍ୟରେ ଜଣେ ଶିଶୁ, 2 ଜଣ ନାବାଳକ ଓ 4 ଜଣ ମହିଳା ରହିଛନ୍ତି । ତେବେ ଗୁରୁତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବା କାରଣରୁ ସମସ୍ତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ