ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ସ୍ବାମୀ ସ୍ତ୍ରୀ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଜାମିରଡିହା ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା। ଗୁରୁତର ସ୍ବାମୀ ସ୍ତ୍ରୀ ହାଟବାଦଡା ଅଞ୍ଚଳର କିଚକେଶ୍ୱର ଗିରି ଓ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ଗିରି। ସ୍ୱାମୀ ସ୍ତ୍ରୀ ଦୁଇଜଣ ବାରିପଦା ରୁ ରାଇରଙ୍ଗପୁର କୁ ଏକ କାର ଯୋଗେ ଫେରୁଥିବା ବେଳେ ଜାମିରଡ଼ିହା ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇବାରୁ କାର ଟି ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଓ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ କାର ରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇଥିଲେ। ଗୁରୁତର ଅବସ୍ଥାରେ ସ୍ବାମୀ ସ୍ତ୍ରୀ ଙ୍କ ରାଇରଙ୍ଗପୁର ଡାକ୍ତରଖାନା ରେ ଚିକିତ୍ସା ଜାରି ରହିଛି।ତେବେ ବିଶୋଇ ପୋଲିସ ଦୁର୍ଘଟଣାଗ୍ରସ୍ତ କାର କୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।