ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ :ଚାଳକ ଗୁରୁତର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡା ପେଟ୍ରୋଲ ଟାଙ୍କି ନିକଟ ଏକ ବୁଲାଣି ରେ ଥିବା ଶୁଖିଲା ଗଛକୁ ବାଇକ ଧକ୍କା ଦେଇ ଜଣେ ଯୁବକ ଗୁରୁତର ହୋଇଥିବା ଦେଖି ବାକୁ ମିଳିଛି | ପ୍ରକାଶ ଯେ ଜଣେ ଯୁବକ ବାଇକ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଇଥିଲେ l ଏହା ଦେଖିବା ପରେ ସ୍ଥାନୀୟ ଲୋକେ ଆହତ କୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ପରେ ଆହତ ଙ୍କୁ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ଜଣାପଡିଛି |ଆହାତଙ୍କ ଘର କୁଚୁପାଜୁରେ ବୋଲି ଜଣାପଡିଛି l