ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟିଲା ଟ୍ରାକ୍ଟର : ଗାଡ଼ି ତଳେ ଚାପିହୋଇ ଚାଳକ ମୃତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ସାଇତିଙ୍ଗିଆ ନିକଟରେ ଏକ ଟ୍ରାକ୍ଟର ଗଛରେ ପିଟିହେବା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି , ପୁଲିସ ର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ସାଇତିଙ୍ଗିଆ ଠାରୁ ମଗମୁଣ୍ଡା ପଟକୁ ଯାଉଥିବା ଏକ ଟ୍ରାକ୍ଟର ମଗମୁଣ୍ଡା ଘାଟି ରାସ୍ତାର ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛ ରେ ପିଟି ହୋଇଯିବାରୁ ଟ୍ରାକ୍ଟର ଟି ଓଲଟି ପଡିଥିଲା, ଫଳରେ ଟ୍ରାକ୍ଟର ତଳେ ଡ୍ରାଇଭର ଜଣକ ଚାପି ହୋଇ ଯାଇଥିଲେ, ଖବର ପାଇ ଫିରିଙ୍ଗିଆ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଟ୍ରାକ୍ଟର ତଳେ ଚାପି ହୋଇ ଥିବା ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ,ତେବେ ମୃତ ଡ୍ରାଇଭର ଜଣକ ମଗମୁଣ୍ଡା ଗାଁ ର ଦୁଃଶାସନ କହଁର ଙ୍କ ପୁଅ ଅଲେଖ ଚନ୍ଦ୍ର କହଁର ବୋଲି ଜଣାପଡ଼ିଛି  l  ଫିରିଙ୍ଗିଆ ପୋଲିସ ମୃତ ଦେହ ଜବତ କରିବା ସହ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି, ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୪୦/୨୨ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ