ଭାରସାମ୍ୟ ହରାଇ ଘରେ ପଶିଲା ହାଇଭା ଗାଡି, ଅଳ୍ପକେ ବର୍ତ୍ତିଲେ ଘର ଲୋକେ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ୧୨ ଚକିଆ ହାଇଭା ଗାଡି ମହର୍ଦାପଳଶା ଗ୍ରାମର ରାସ୍ତାକଡରେ ଥିବା ଜଣଙ୍କ ଘରକୁ ପଶି ଯାଇଥିଲା | ସୂଚନାଯୋଗ୍ୟ ଯେ ମହର୍ଦାପଳାଶ ଗାଁର ଗଦାଧର ମହାନ୍ତି ଘର ଲୋକେ ଖାଇ ପିଇ ଶୋଇଥିଲେ । ହଠାତ୍ ରାତିରେ ତାଙ୍କ ଘର ଲୋକେ ଏକ ବଡ଼ ଶବ୍ଦ ଶୁଣି ଉଠି ଦେଖନ୍ତି ତ ଘର ଭିତରକୁ ପଶି ଯାଇଛି ହାଇଭା ଗାଡି । ଗାଡ଼ିଟି ଟାଟାରୁ କେନ୍ଦୁଝର ଜିଲ୍ଲାର ଶୁଆକାଟି ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟାଇଥିଲା । ଗାଁ ଲୋକେ ଯଶିପୁର ଥାନାକୁ ଖବର ଦେବାରୁ ଥାନାଧିକାରୀ ରଞ୍ଜନ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ପରିବାରର ୭ ଜଣ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ