ଭାରସାମ୍ୟ ହରାଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଣ୍ଡି ଗ୍ରାମର ମୁଖ୍ୟ ସଡ଼କ ଉପରେ ଗତକାଲି ମଧ୍ୟ ରାତ୍ରୀରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ଟ୍ରକ ନଂ (TN52P 3677) ଟି ଗୁଡି ଲୋର୍ଡ୍ ଧରି ତାମିଲନାଡୁ ରୁ ସମ୍ବଲପୁର ଯାଉଥିଲା । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଭାରସ୍ୟମ ହରାଇ ଆଉ ଏକ ଟ୍ରକର ପଛକୁ ଧକ୍କା ଦେଇଥିଲା । ଯାହା ଫଳରେ ଟ୍ରକ୍ ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଚାଳକ ଜଣଙ୍କ ଅଳ୍ପକେ ଭର୍ତ୍ତି ଯାଇଛନ୍ତି ।