ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ଟ୍ରାକ୍ଟର
ଅନୁଗୋଳ, : ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ସାନହୁଲାରୁ ବରପାଲୀ ଅଭିମୁଖେ ଯାଉଥିବା ବେଳେ ଶନିବାର ସକାଳେ ଏକ ନମ୍ବର ବିହୀନ କୋଇଲା ବୋଝଇ ଟ୍ରାକ୍ଟର ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟ୍ରାକ୍ଟରରେ ବସିଥିବା ଠାକୁରଗଡ଼ ଥାନା ବରପାଲି ଗ୍ରାମର ହାଡ଼ିବନ୍ଧୁ ନାୟକ(୪୦)। ଆହତ ଟ୍ରାକ୍ଟର ଚାଳକଙ୍କ ପରିଚୟ ଜଣାପଡ଼ି ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛନ୍ତି।