ଭାରସାମ୍ୟ ହରାଇ ବୋଲର ଦୁର୍ଘଟଣା ଗ୍ରସ୍ତ

ଜଗନ୍ନାଥପ୍ରସାଦ,( ସନ୍ତୋଷ କୁମାର ଜେନା): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଠାରେ ଏକ ବୋଲର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ ଗାଡି ନମ୍ବର OD୩୩Z-୭୩୩୬ ଏକ ବୁଲାଣୀ ରାସ୍ତା ରେ ବାଲି ପଡ଼ିଥିବା ଦେଖି ଭାରସାମ୍ୟ ହରାଇ ନିକଟସ୍ଥ ଏକ ଘର ଉପରେ ଚଢି ଯାଇଥିଲା | ସୌଭାଗ୍ୟ ବଶତଃ ଘରେ କାହାକୁ ଆଘାତ ଲାଗିନି | ଡ୍ରାଇଭର ସତ୍ୟଙ୍କ ସମେତ ହେଲ୍ପରକୁ ଆଘାତ ଲାଗିଥିବା ସୂଚନା ମିଳିଛି | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲ ପଠେଇବା ସହ ଦୁର୍ଘଟଣାର ଅନୁସନ୍ଧାନ ଜାରି ରଖିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ