ଭାରସାମ୍ୟ ହରାଇ ମକା ମଞ୍ଜି ବୋଝେଇ ଟ୍ରକ ଦୁର୍ଘଟଣା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅଞ୍ଚଳରେ ଏକ ମକା ମଞ୍ଜି ବୋଝେଇ ଟ୍ରକ ପୋଚାଲୁଣ୍ଡି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ରାସ୍ତା କଡ଼କୁ ଓଲଟି ପଡିଥିବା ଜଣାପଡିଛି। ୧୯ ତାରିଖ ପୂର୍ବ ରାତ୍ରରେ ଓଡ଼ି ୦୭ ଏପି ୧୫୦୧ ଟ୍ରକରେ ମକା ମଞ୍ଜି ବୋଝେଇ ହୋଇ ବାଲିପଦର ଦିଗରୁ ଭଞ୍ଜନଗର ଦିଗକୁ ଯାଉଥିବା ବେଳେ ପୋଚାଲୁଣ୍ଡି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଭଗବାନଙ୍କ କୃପାରୁ ଡ୍ରାଇଭର ଓ ହେଲପର ଉଭୟେ ସୁରକ୍ଷିତ ଥିବା ଜଣାପଡିଛି। ଟ୍ରକ ଓଲଟି ପଡ଼ିବା ଯୋଗୁଁ ମକା ମଞ୍ଜି ବସ୍ତା ଗୁଡିକ ଏଣେ ତେଣେ ପଡିଥିବା ଓ କେତକ ବସ୍ତା ଫାଟି ମଞ୍ଜି ଗୁଡିକ ତଳେ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ବାଲିପଦର ପୋଲିସ ପାଣ୍ଡି ଓଆଇସି କେ.ନୀଳାଦ୍ରି ରେଡି ମକା ମଞ୍ଜିର ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ତା କରିଥିଲେ। ସକାଳୁ ମକା ମଞ୍ଜି ବସ୍ତା ଗୁଡିକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ